ଗିରଫ ହେଲେ ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚର ଓ ତାଙ୍କ ସ୍ୱାମୀ ଦୀପକ

ଓଡ଼ିଆ ବାର୍ତ୍ତା/ ମୁମ୍ବାଇ: ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚର ଏବଂ ତାଙ୍କ ସ୍ୱାମୀ ଦୀପକ କୋଚରଙ୍କୁ ଶୁକ୍ରବାର ସିବିଆଇ ଗିରଫ କରିଛି। ଆଇସିଆଇସିଆଇ ବ୍ୟାଙ୍କ-ଭିଡିଓକନ୍ ଋଣ ଠକେଇ ମାମଲାରେ ସିବିଆଇ ଗିରଫ କରିଛି। କିଛି ବର୍ଷ ପୂର୍ବେ ଏହି ଘଟଣା ସାମ୍ନାକୁ ଆସିଥିଲା। ଖବର ଅନୁଯାୟୀ, ଚନ୍ଦା କୋଚର ଆଇସିଆଇସିଆଇର ମୁଖ୍ୟ ଥିବାବେଳେ ଏହି ଋଣ ଜାଲିଆତି ହୋଇଥିଲା। ଉଭୟ ପତି ଓ ପତ୍ନୀଙ୍କୁ ଠକେଇ ଏବଂ ଅପରାଧିକ ଷଡଯନ୍ତ୍ର ଅଭିଯୋଗରେ ସିବିଆଇ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଉଭୟଙ୍କୁ ବର୍ତ୍ତମାନ ହେପାଜତ ପାଇଁ ସ୍ୱତନ୍ତ୍ର କୋର୍ଟରେ ହାଜର କରାଯିବ।ଉଲ୍ଲେଖଯୋଗ୍ୟ, ୨୦୧୨ରେ ଭିଡିଓକନ୍‌ କମ୍ପାନୀକୁ ୩୨୫୦ କୋଟି ଟଙ୍କା ଋଣ ମଞ୍ଜୁର ହୋଇଥିଲା ଆଇସିଆଇସିଆଇ ବ୍ୟାଙ୍କ । ବ୍ୟକ୍ତିଗତ ଲାଭ ଆଶାରେ ଚନ୍ଦା ଋଣ ମଞ୍ଜୁର କରିଥିବା ନେଇ ଅଭିଯୋଗ ଆସିଥିଲା । କାରଣ ଭିଡିଓକନ୍‌ କମ୍ପାନୀରେ କାମ କରୁଥିଲେ ତାଙ୍କ ସ୍ବାମୀ । ଏହି ଅଭିଯୋଗରେ ଚନ୍ଦାଙ୍କୁ ପୂର୍ବରୁ ବ୍ୟାଙ୍କର ସିଇଓ ପଦରୁ ହଟାଇ ଦିଆଯାଇଥିଲା । ଏହାପରେ ବ୍ୟାଙ୍କରୁ ତାଙ୍କୁ ବହିଷ୍କାର କରାଯାଇଥିଲା । ଏଠାରେ ପ୍ରକାଶଯୋଗ୍ୟ ଯେ, ଆଇସିଆଇସିଆଇ ବ୍ୟାଙ୍କରୁ ପୂର୍ବତନ ସିଇଓ ଚନ୍ଦା କୋଚର ଆଚରଣ ସଂହିତା ଲଲ୍ଲଂଘନ ଅଭିଯୋଗରେ ୨୦୧୯ରେ ତାଙ୍କୁ ବ୍ୟାଙ୍କ ପକ୍ଷରୁ ବହିଷ୍କାର କରାଯାଇଥିଲା। ଚନ୍ଦା କୋଚରଙ୍କ ମାମଲାର ତଦନ୍ତ କରୁଥିବା ସାଇକ୍ରିଷ୍ଣା କମିଟିର ରିପୋର୍ଟ ଭିତ୍ତିରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ଏହି ମାମଲାର ତଦନ୍ତ ସିବିଆଇ ଓ ଇଡି କରୁଛି । ଜାନୁଆରୀ ୨୦୨୦ରେ ଇଡି ଚାନ୍ଦା କୋଚର ଏବଂ ତାଙ୍କ ପରିବାରକୁ ୭୮ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ସଂଲଗ୍ନ କରିଥିଲା। ସେହି ବର୍ଷ ଇଡି ଦୀପକ କୋଚରଙ୍କୁ ପଚରାଉଚରା କରିବା ପରେ ଗିରଫ କରିଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.