ନର୍ଲା ବ୍ଲକ ସ୍ତରୀୟ ଯାଦବ ସମିତି ବୈଠକ: ଯାଦବ ଜନଗଣନା ମୁଖ୍ୟ ପ୍ରସଙ୍ଗ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଯାଦବ ଭବନଠାରେ ଆଜି ଏକ ବ୍ଲକ ସ୍ତରୀୟ ଯାଦବ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଯାଦବ ନେତୃତ୍ବ ମଧୁସୂଦନ ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ସାଧାରଣ ସମ୍ପାଦକ ସଞ୍ଜୟ ଧଙ୍ଗଡାମାଝୀ, ଉପସଭାପତି ଦୁଲ୍ଲଭ ମାହାର, ମିଡିଆ ସେଲ୍ ଅଧ୍ୟକ୍ଷ ସୁନୀଲ କୁମାର ଧଙ୍ଗଡାମାଝୀ, ମାଣ୍ଡେଲ ସରପଞ୍ଚ ପଦ୍ମଲୋଚନ ଜାଲ, ବାଗପୁର ସରପଞ୍ଚ ଗୋପାଳ ହାତୀ, ଭିମକେଳା ସରପଞ୍ଚ ଜାନକୀ ଗଉଡ, ରାକ୍ସି ସରପଞ୍ଚ ଜେମନ୍ତ ପୋଢ, ରାକ୍ସି ସମିତି ସଭ୍ୟ ଚୁମନ ଭୋଇ, ବରିଷ୍ଠ ଯାଦବ ନେତୃତ୍ବ ଲକ୍ଷ୍ମଣ ବାଗ ପ୍ରମୁଖ ମଞ୍ଚାସୀନ ଥିଲେ। ନର୍ଲା ବ୍ଲକ ଯାଦବ ସମିତି ସଭାପତି ଯୁଧିଷ୍ଠିର ଗଉଡ ସଭାର ଆଭିମୂଖ୍ୟ ପ୍ରଦାନ କରିଥିବାବେଳେ ଯୁଗ୍ମ ସମ୍ପାଦକ ଅଜିତ କରୁଆଁ ସଭା ସଂଯୋଜନା କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ବୈଠକରେ ବ୍ଲକ ଯାଦବ ସମିତିର ଉପ ସଭାପତି ଗିରିଧାରୀ ଗଉଡ, ସମ୍ପାଦକ ଧରଣୀ ଭୋଇ, କୋଷାଧ୍ୟକ୍ଷ ମାର୍କଣ୍ଡ ଜାଲଙ୍କ ସମେତ ୨୫ଗୋଟି ଆଞ୍ଚଳିକ ସମିତିର ସଭାପତି, ସମ୍ପାଦକ ଏବଂ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ। ବୈଠକରେ ଯାଦବ ଜାତି ଭିତ୍ତିକ ଜନଗଣନା ଉପରେ ବିଶଦ ଭାବରେ ଆଲୋଚନା ପର୍ଯ୍ୟାଲୋଚନା ହୋଇଥିଲା। ଏହାସହ ଯାଦବ ମହାସଭାକୁ ଅଧିକ ସୁଦୃଢ କରିବା ସହ ଆସନ୍ତା ୨୦୨୪ରେ ଅଖିଳ ଭାରତବର୍ଷିୟ ଯାଦବ ମହାସଭାର ଶତବାର୍ଷିକୀ ଉତ୍ସବ ବ୍ଲକ ଠାରୁ ଆରମ୍ଭ କରି ଜିଲ୍ଲା, ରାଜ୍ୟ ଓ ଜାତୀୟ ସ୍ତରରେ ଧୁମଧାମରେ ପାଳିତ ହେବାପାଇଁ ବୈଠକରେ ଋପରେଖ ପ୍ରସ୍ତୁତ ହୋଇଥିଲା।

Udyog Nursery
Udyogi Nursery

ଏହି ଅବସରରେ ଚାରି ଜଣ ଯାଦବ ସରପଞ୍ଚ, ଜଣେ ଯାଦବ ସମିତି ସଭ୍ୟ ଏବଂ ବରିଷ୍ଠ ଯାଦବମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ନର୍ଲା ବ୍ଲକ ଯାଦବ ସମିତି ଉପସଭାପତି ଲିଙ୍ଗରାଜ କରୁଆଁ ଧନ୍ୟବାଦ ଅର୍ପଣ କରିଥିଲେ। ବୈଠକରେ ବ୍ଲକର ଅନେକ ଯାଦବ ନେତୃମଣ୍ଡଳୀ ଉପସ୍ଥିତ ରହି ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.