ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର: କପିଳେଶ୍ଵର ଯୁବକ ସଂଘ ଯୁରାବନ୍ଧ ଆନୁକୂଲ୍ୟରେ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଅଛି। ସଂଘର ଉପଦେଷ୍ଠା ଖିର ବଛା ଓ ତୀର୍ଥ ବାଗ ସ୍ବାମୀ ବିବେକାନନ୍ଦକଂ ଜୀବନି ଉପରେ ଆଲୋକପାତ କରିଥିଲେ ଓ ଯୁବକ ମାନଙ୍କୁ ବଳିଷ୍ଠ ନେତୃତ୍ବ ନେଇ ସମାଜର ଉନ୍ନତି କରିବାପାଇଁ ଆହ୍ବାନ ଦେଇଥିଲେ। ସଂଘର ସମ୍ପାଦକ ଲିଙ୍ଗରାଜ ପୋଡ ସଭା ପରିଚାଳନା କରିଥିଲେ। ଏହି ଅବସରରେ ସଂଘର ସଦସ୍ଯ ମାନଙ୍କ ମଧ୍ଯରେ ବକୃତା ପ୍ରତିଯୋଗିତା ହୋଇଥିଲା। କୋଷାଧ୍ୟକ୍ଷ ଚନ୍ଦ୍ରହାସ ପୋଡ ଧନ୍ୟବାଦ ଅର୍ପଣ କରିଥିଲେ। ସୁରୁ ପୋଡ, ସୋନୁ ଛତ୍ରିଆ, ରୁଦ୍ରାକ୍ଷ ବାଗ, ରାହୁଲ ପୋଡ, ବିକ୍ରମ ଛତ୍ରିଆ, ଡିଲେଶ୍ବର ପୋଢ, କୁଶ ଚିନାଗୁନ, ଟିକେଶ୍ବର ହଂସ ଓ ସମସ୍ତ ସଦସ୍ଯମାନେ ସହଯୋଗ କରିଥିଲେ।