କ୍ଷିତୀଶ ଚନ୍ଦ୍ର ମାଝୀ ପାଇଲେ କନ୍ଧାନ କବି ସମ୍ମାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ କୁଶୁର୍ଲା ଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ଭୀମା ମହୋତ୍ସବରେ ମର୍ଯ୍ୟଦାଜନକ ‘କନ୍ଧାନ କବି’ ସମ୍ମାନରେ ସମ୍ମାନିତ ହୋଇଛନ୍ତି କବି କ୍ଷିତୀଶ ଚନ୍ଦ୍ର ମାଝୀ। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ଖମନପଡାର କ୍ଷିତୀଶ ପେଶାରେ ଜଣେ ଶିକ୍ଷକ। ଧିରେ ଧିରେ ଆମ ଜନମାନସରୁ ହଜି ଯିବାକୁ ବସିଥିବା କନ୍ଧାନ ଭାଷାକୁ ବଞ୍ଚେଇ ରଖିବାକୁ ସେ ସଦା ଚେଷ୍ଟିତ। ଶ୍ରୀ ମାଝୀ କନ୍ଧାନ ଭାଷାରେ ଅନେକ କବିତା ଲେଖିଛନ୍ତି, ଯାହା ବିଭିନ୍ନ ପତ୍ର ପତ୍ରିକାରେ ପ୍ରକାଶ ପାଇବା ସହ ଏହି ଅନନ୍ୟ ଭାଷାର ଗୈାରବମୟ ଅଧ୍ୟାୟ ବିଷୟରେ ନୂତନ ପିଢ଼ିକୁ ଦିଗଦର୍ଶନ ଦେଇ ଆସିଛି। କନ୍ଧାନ ଭାଷାରେ କବିତା ସୃଷ୍ଟି କରି ଏହି ମହାନ ଭାଷାକୁ ବଞ୍ଚାଇ ରଖିବାରେ ବିଶେଷ ଅବଦାନ ପାଇଁ ଓଡିଶା ସରକାରଙ୍କ ତରଫରୁ ମଧ୍ୟ ତାଙ୍କୁ ନିକଟରେ ସମ୍ମାନିତ କରାଯାଇଥିଲା। କୁଶୁର୍ଲା ଠାରେ ଆୟୋଜିତ ଭୀମା ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ, ସମ୍ମାନୀତ ଅତିଥି ଭାବେ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳସଚିବ ଡ଼ଃ ନୃପରାଜ ସାହୁ, ଗବେଷକ ଡ଼ଃ ଘାସିରାମ ମିଶ୍ର, ବରିଷ୍ଠ ସାମ୍ବାଦିକ ଉମାଶଙ୍କର କର, ମୁଖ୍ୟ ବକ୍ତା ପ୍ରାଧ୍ୟାପକ ଶୈଳେନ୍ଦ୍ର ପ୍ରସାଦ ଆଚାର୍ଯ୍ୟ, ଭୀମା ପତ୍ରିକାର ପ୍ରତିଷ୍ଠାତା ସମ୍ପାଦକ ତଥା ଆଦିବାସୀ ସଂସ୍କୃତି ଗବେଷକ ମେଦିନୀଧର ଯାନୀ ପ୍ରମୁଖ ମଞ୍ଚାସୀନ ରହି କବି କ୍ଷିତୀଶ ଚନ୍ଦ୍ର ମାଝୀଙ୍କୁ ସମ୍ମାନିତ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.