ନ୍ୟାସନାଲ ଷ୍ଟାର୍ଟଅପ ଦିବସ: ବେଦାନ୍ତ ଆଲୁମିନିୟମ ମେକ ଇନ ଇଣ୍ଡିଆ ନିର୍ମାଣ କ୍ଷେତ୍ରରେ ଏକ ମଜବୁତ ଷ୍ଟାର୍ଟଅପ ଇକୋସିଷ୍ଟମକୁ ପ୍ରୋତ୍ସାହିତ କରୁଛି

ଉତ୍ପାଦନ ଅଭିବୃଦ୍ଧି ପାଇଁ ପ୍ରାୟ ୪୦ ଷ୍ଟାର୍ଟଅପ ନିର୍ମାଣକୁ ପ୍ରୋତ୍ସାହିତ କରିବ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ନ୍ୟାସନାଲ ଷ୍ଟାର୍ଟଅପ ଦିବସ ଅବସରରେ ବେଦାନ୍ତ ଆଲୁମିନିୟମ, ଭାରତର ଅଗ୍ରଣୀ ଆଲୁମିନିୟମ ଉତ୍ପାଦକ ଭାରତର ସମୃଦ୍ଧ ଷ୍ଟାର୍ଟଅପ ଇକୋସିଷ୍ଟମ ଓ ପରବର୍ତି ପର୍ଯ୍ୟାୟରେ ଶକ୍ତି ଯୋଗାଇବା ଲାଗି ଏହା ପ୍ରାୟ ୪୦ଟି ଅଗ୍ରଣୀ ଟେକନୋଲୋଜି ଷ୍ଟାର୍ଟଅପ ସହିତ କାର୍ଯ୍ୟ କରୁଛି । ଏହାର ବିକାଶ ଯାତ୍ରା ବିଶ୍ୱର ଶ୍ରେଷ୍ଠ ତଥା ସ୍ଥାୟୀ ଆଲୁମିନିୟମ ଉତ୍ପାଦକ ହେବାକୁ କମ୍ପାନିର ଲକ୍ଷ୍ୟ ହେଉଛି ଶିଳ୍ପ ବିପ୍ଳବ ୪.୦ ଏବଂ ୱେବ ୩.୦ର ଉତ୍କର୍ଷତା ଆଣିବା ପାଇଁ ଲକ୍ଷ୍ୟ ରଖିବା । ଏହି ଉଦ୍ଦେଶ୍ୟରେ ଷ୍ଟାର୍ଟଅପ ମୂଲ୍ୟ ସୃଷ୍ଟି, ମୂଲ୍ୟ ଦକ୍ଷତା କ୍ଷେତ୍ରରେ କାର୍ଯ୍ୟ କରିବା ସହିତ ବ୍ୟବସାୟର ଉତ୍କର୍ଷତା ଓ ବ୍ୟବସାୟ ପାଇଁ ଇସିଜିରେ ଉନ୍ନତି ଆସିବା ପାଇଁ କାର୍ଯ୍ୟ କରିବ ।

ଏହି ପଦକ୍ଷେପ ହେଉଛି କମ୍ପାନିର ବେଦାନ୍ତ ସ୍ପାର୍କ ପ୍ରୋଗ୍ରାମର ଏକ ଅଂଶ ଓ ଏକ ବିଶ୍ବସ୍ତରୀୟ କର୍ପୋରେଟ ଇନୋଭେସନ ଆଣ୍ଡ ଭେଚର୍ସ ପ୍ରୋଗ୍ରାମ, ଯାହା ଇଂଚର ନିବେଶ, ଷ୍ଟାର୍ଟଅପ ଇନକ୍ୟୁବେଶନ, ବିଭିନ୍ନ ବ୍ୟବସାୟ କ୍ଷେତ୍ରରେ ଷ୍ଟାର୍ଟଅପ ସହିତ ପାଇଲଟ ପ୍ରୋଗ୍ରାମ ଏବଂ ବିଭିନ୍ନ ବିଶ୍ବବିଦ୍ୟାଳୟ ସହ ଇଂଚର ନିର୍ମାଣ କାର୍ଯ୍ୟକମ ପ୍ରଦାନ କରିଥାଏ ।

ଏହି ପଦକ୍ଷେପ ସଂପର୍କରେ ଶ୍ରୀ ରାହୁଲ ଶର୍ମା, ସିଇଓ-ବେଦାନ୍ତ ଆଲୁମିନିୟମ କହିଛନ୍ତିଯେ ବେଦାନ୍ତ ଆଲୁମିନିୟମରେ ଆମେ ଉଦ୍ଭାବନର ଏକ ଅନୁକ୍ରମଣିକା ଭାବରେ ଉତ୍ପାଦନ ଶିଳ୍ପରେ ଉଦ୍ୟୋଗର ଭୂମିକାକୁ ପୁନଃ ଚିତ୍ରଣ କରିବାକୁ ଲକ୍ଷ୍ୟ ରଖିଛୁ । ଏହି ଯାତ୍ରାର ମୂଳରେ ଆମ ପାଂଟଗୁଡ଼ିକର ଡିଜିଟାଲ ରୂପାନ୍ତର ସହିତ ଆମେ ତ୍ଵରିତ ଅଭିବୃଦ୍ଧି ଲକ୍ଷ୍ୟ ରଖିଛୁ । ଏଥିପାଇଁ ଆମେ ପ୍ରାୟ ୪୦ଟି ଅଗ୍ରଣୀ ଟେକ ଷ୍ଟାର୍ଟଅପ ସହିତ କାର୍ଯ୍ୟ କରୁଛୁ ।

ରିପିକ ଏଆଇର ପ୍ରତିଷ୍ଠାତ ତଥା ସିଇଓ ପିନାକ ଦତରାୟ କହିଛନ୍ତିଯେ- ରିପିକ ଏଆଇରେ ଆମେ ଅର୍ଥପୂର୍ଣ କେପିଆଇ ଗତିବିଧି ଏବଂ ବ୍ୟବସାୟିକ ଲାଭ ପାଇଁ ଅତ୍ୟାଧୁନିକ ଏଆଇ ଆଧାରିତ ପ୍ରୟୋଗ ଗୁଡ଼ିକୁ ପ୍ରସ୍ତୁତ କରୁ । ବେଦାନ୍ତ ଆଲୁମିନିୟମ ବ୍ୟବସାୟ ସହିତ କାମ କରିବା ଆମ ପାଇଁ ସୌଭାଗ୍ୟ, ଯେଉଁଠାରେ ଆମେ ଏଆଇ ଶକ୍ତି ବୃଦ୍ଧି କରିବା ଓ ସ୍ମେଲଟର ଦକ୍ଷତା ବୃଦ୍ଧି ପାଇଁ କମ୍ପାନି ସହିତ କାର୍ଯ୍ୟ କରିଥିଲୁ । ଆମେ କମ୍ପାନି ସହିତ ସଂପର୍କକୁ ଆହୁରି ମଜବୁତ କରିବାକୁ ଆଗ୍ରହୀ ।

ସତସଫେତି (ମଣ୍ଡଲ ଇଂଚର୍ସ ଏଲଏଲପି)ର ସିଇଓ ସ୍ନେହେନ୍ଦୁ ମଣ୍ଡଲ କହିଛନ୍ତିଯେ- ଏକ ବିଶ୍ଵ ଉଦ୍ୟୋଗର ନେତା, ନବ ନିର୍ମାତା ଓ ଉତ୍କର୍ଷତାର ସଂସ୍କୃତି ଦ୍ବାରା ସମର୍ଥିତ ବେଦାନ୍ତ ଭାରତୀୟ ଷ୍ଟାର୍ଟଅପ ଇକୋ ସିଷ୍ଟମ ପାଇଁ ଗୁରୁତ୍ଵପୂର୍ଣ୍ଣ ସୁଯୋଗ ଦେଇଥାଏ । ଆମର ଅତ୍ୟାଧୁନିକ କଂପ୍ୟୁଟର ଭିଜନ ପ୍ରଯୁକ୍ତି ସହିତ କମ୍ପାନିର ସୁରକ୍ଷା ସଂସ୍କୃତିକୁ ମଜବୁତ କରିବା ପାଇଁ ସତସଫେତି ବେଦାନ୍ତ ସହିତ ସହଭାଗୀ ହୋଇଛି ।

ଏହା ବ୍ୟତୀତ ଅଭିନବତା ଏକ ସଂସ୍କୃତି ପ୍ରତିପାଦନ କରିବା ଏବଂ କର୍ମଚାରୀଙ୍କ ମଧ୍ୟରେ ଡିଜାଇନ ଚିନ୍ତାଧାରାକୁ ଉଦ୍ୟୋଗୀରେ ପରିଣତ କରିବା ଲାଗି ବେଦାନ୍ତ ପ୍ରୟାସ କରିଆସୁଛି ।

ସମାନ୍ତରାଳ ଭାବରେ ଦେଶରେ ଗ୍ରାମୀଣ ପଛୁଆବର୍ଗଙ୍କ ସହିତ କାର୍ଯ୍ୟ କରିବା ସହ, କମ୍ପାନ କାର୍ଯ୍ୟ କରୁଥିବା ଅଂଚଳରେ ଗ୍ରାମାଂଚଳ ଓ ମାଇକ୍ରୋ ଉଦ୍ୟୋଗୀଙ୍କ ପାଇଁ ଏକ ବିସ୍ତୃତ ଇକୋ ସିଷ୍ଟମ ପ୍ରତିପୋଷଣ କରିଥାଏ । ବେଦାନ୍ତ ଆଲୁମିନିୟମର ବିସ୍ତୃତ ମୂଲ୍ୟ ଶୃଙ୍ଖଳା ଗ୍ରାହକ ଓ ଯୋଗାଣକାରୀ ନେଟୱର୍କ ହଜାର ହଜାର ଏମଏସଏମଇ ସୃଷ୍ଟି କରିଛନ୍ତି ସେମାନଙ୍କ ମଧ୍ୟରୁ କେତେକ ବେଦାନ୍ତ ସହିତ ଅଂଶୀଦାର ହେବାକୁ ଆଗେଇ ଆସିଛନ୍ତି ।

ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୨ ରେ ୨.୨୭ ନିୟୁତ ଟନ୍ ଆଲୁମିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମର ବ୍ୟାଙ୍କ ଡାଓ ଜୋନସ ସସଟାନବିଲିଟି ଇଣ୍ଡେକ୍ସ ୨୦୨୧ରେ ୪ର୍ଥ ବ୍ୟାଙ୍କ ଧାରୀ ଓ ସ୍ଥାୟୀ ବିକାଶ ଅବଲମନକାରୀ ସଂସ୍ଥା । ୨୦୦୭ରେ କମ୍ପାନି ୨ ଏମଟିପିଏ କ୍ଷମତା ଆଲୁମିନିୟମ ରିଫାଇନାରି ଇଂଜିଗଡ଼ରେ ପ୍ରତିଷ୍ଠା କରିଛି ଓ ୯୦ ମେଗାଓ୍ବାଟ ପାଓ୍ବାର ପାଂଟ ପରିଚାଳନା କରୁଛି । ବେଦାନ୍ତ ସର୍ବବୃହତ ଜ୍ଞାନକୌଶଳକୁ ଆପଣାଇ ବିଶ୍ଵ ଶ୍ରେଣୀୟ ସ୍ମେଲ୍ଟର, ପାଓ୍ବାର ପାଂଟ ଓ ଆଲୁମିନା ରିଫାଇନାରୀ କାର୍ଯ୍ୟ କରୁଛି । ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.