କଣ୍ଟାବାଞ୍ଜି ଓ ସିନ୍ଧେକେଲାରେ ସଡ଼କ ସୁରକ୍ଷା ସଚେତନତା ପଦଯାତ୍ରା

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର: ସରକାରୀ ନିୟମ କାନୁନକୁ ବେଖାତିର କରିବାସହ ବେପାରୁଆ ଢ଼ଙ୍ଗରେ ଗାଡ଼ି ଚାଳନା କରିବା ଫଳରେ ପ୍ରତ୍ୟେକ ବର୍ଷ ରାଜ୍ୟରେ ଶହ ଶହ ଜୀବନହାନୀ ହେଉଛି। ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ଅନେକ ପଦକ୍ଷେପ ଗ୍ରହଣ କରାଯାଇ ଜନ ସଚେତନତା ସୃଷ୍ଟି କରାଯାଉଛି। ଏହି କ୍ରମରେ ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ଓ ସିନ୍ଧେକେଲା ଠାରେ ସଡ଼କ ସୁରକ୍ଷା ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଆଞ୍ଚଳିକ ପରିବହନ ବିଭାଗ ବଲାଙ୍ଗୀର ଓ ସେବା ସଂସ୍ଥା ଟିଟିଲାଗଡ଼ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଜନ ସାଧାରଣଙ୍କୁ ସଡ଼କ ସୁରକ୍ଷା ଉପରେ ସଚେତନ କରାଯାଇଥିଲା। ସେବା ସଂସ୍ଥାର ସଭାନେତ୍ରୀ ସୁକାନ୍ତୀ କୁମାରଙ୍କ ତତ୍ବାବଧାନରେରେ ଆୟୋଜିତ ଏହି ସଚେତନତା ପଦଯାତ୍ରାରେ ସଂସ୍ଥାର ଉପସଭାପତି ରାଜେନ୍ଦ୍ର ବେନିଆ, ସମ୍ପାଦକ ଡିଙ୍ଗର ତାଣ୍ଡି, ଯୁଗ୍ମ ସମ୍ପାଦକ ମଧୁ ବାଗ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ଏଥିରେ ରେଡକ୍ରସ ଏବଂ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସାମିଲ ହୋଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.