ଯୁବଶକ୍ତି ବାହିନୀ ପକ୍ଷରୁ ଅସହାୟ ବିଧବା ମହିଳାଙ୍କୁ ସହାୟତା ପ୍ରଦାନ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମହିମା ଗ୍ରାମର ଅସହାୟ ବିଧବା ମହିଳା କୁନ୍ତୋଳା ମାଝୀଙ୍କୁ ସହାୟତାର ହାତ ବଢେଇଛି ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ‘ଯୁବଶକ୍ତି ବାହିନୀ’। ସ୍ବାମୀଙ୍କ ମୃତ୍ୟୁ ପରେ ଦୁଇ ଝିଅ ଓ ଗୋଟିଏ ପୁଅକୁ ନେଇ କୁନ୍ତୋଲାଙ୍କ ପରିବାର ଅତି ଦୟନୀୟ ଅବସ୍ଥାରେ ଚଲିଆସୁଛନ୍ତି। ଏପଟେ କୁନ୍ତୋଲା ଯକ୍ଷ୍ମା ରୋଗରେ ପିଡୀତ ଥିବାବେଳେ କୁଲିମଜୁରୀ କରି ପରିବାର ପ୍ରତିପୋଷଣ କରିବା ବହୁ କଷ୍ଟ ହେଉଛି। ଏହି ଖବର ଯୁବ ଶକ୍ତି ବାହିନୀର ସଭାପତି ମହେଶ ଗୁପ୍ତା ଜାଣିବା ପରେ ମହିମା ଗାଁରେ ପହଞ୍ଚି କୁନ୍ତୋଳାଙ୍କୁ ସହାୟତାର ହାତ ବଢାଇଛନ୍ତି। ଏହାସହ ବିଧବା ଭତ୍ତା ଓ ଆବାସ ଯୋଜନାରେ ଶଶୁରଙ୍କୁ ମିଳିଥିବା ଘରକୁ ଜୈନିକ ଠିକାଦାର ଅସମ୍ପୂର୍ଣ୍ଣ ଅବସ୍ଥାରେ ଛାଡ଼ିଦେଇ ଥିବା ଜାଣିବାକୁ ପାଇଁ ଏହାର ଉଚିତ୍ ବ୍ୟବସ୍ଥା ପାଇଁ ବ୍ଳକ ପ୍ରଶାସନ ଓ ଧର୍ମଗଡ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରାଇବା ନେଇ କହିଛନ୍ତି। ଏହି ସହାୟତା ପ୍ରଦାନ ସମୟରେ ଯୁବ ଶକ୍ତି ବାହିନୀର ମୋହନ ବାଗ, କ୍ଷୀରସିନ୍ଧୁ ପ୍ରଧାନୀ, ସୁଧୀର ସାହୁ, ଭୁଷଣ ମହାନନ୍ଦ, ପ୍ରେମଲାଲ ଭୋଇ ପ୍ରମୁଖ ଉପସ୍ଥିତ ରହିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.