ମକରମେଳା ମହୋତ୍ସବରେ ଭଜନ ଓ ନୃତ୍ୟ କାର୍ଯ୍ୟକ୍ରମ

ଅତିଥି ଭାବେ ଯୋଗଦେଲେ ଜିଲ୍ଲାର ଅନେକ ଗଣ୍ୟମାନ୍ୟ ବ୍ୟକ୍ତି

ଓଡିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଯୋରାଡବରା ପଞ୍ଚାୟତ କୁଶୁର୍ଲା ମକରମେଳା ମହୋତ୍ସବରେ ଭଜନ ଓ ନୃତ୍ୟ କାର୍ଯ୍ୟକ୍ରମ ତୃତୀୟ ଦିନରେ ପହଞ୍ଚିଛି। ଭଜନ ଓ ନୃତ୍ୟ କାର୍ଯ୍ୟକ୍ରମର ସଭାପତି ଯୋରାଡବରା ପଞ୍ଚାୟତ ସମିତି ସଭ୍ୟା ରୀମା ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି କର୍ଲାମୁଣ୍ଡା ପଞ୍ଚାୟତ ସମିତି ଅଧକ୍ଷ୍ୟା କୁନୀ ସାହୁ ମୁଖ୍ୟ ଅତିଥି, ପଶ୍ଚିମ ଓଡିଶା ବିକାଶ ପରିଷଦ ସଦସ୍ୟ ଅଭିନାଶ ଠାକୁର ମୁଖ୍ୟବକ୍ତା, ରେଗେଡା ସରପଞ୍ଚ ଦିପ୍ତୀରାଣୀ ସାହୁ,ନର୍ଲା ଜିଲ୍ଲାପରିଷଦ ସଭ୍ୟା ନମ୍ରତା ସାହୁ, ସମାଜସେବୀ ତୁଳସି ବିଶି, ମକରମେଳା ସଂପାଦକ ସୁଶାନ୍ତ ଜାନୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ଦୁର୍ଗାପ୍ରସାଦ ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ସୁଶାନ୍ତ ଜାନୀ ଧନ୍ୟବାଦ ଅର୍ପଣ କରିଥିଲେ।ମକରମେଳା ସଭାପତି ଜଗତରାମ ଭୋଇ, କୋଷାଧ୍ୟକ୍ଷ ଲକ୍ଷ୍ମିପ୍ରସାଦ ସାହୁ, କ୍ଷିରୋଦ୍ର ବଡମାଲି ସମେତ ସମସ୍ତ ସଦସ୍ୟ ସଦସ୍ୟା ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.