ବାଲିପଡାରୁ ଚୋରାଚାଲାଣ ବେଳେ ବିପୁଳ ପରିମାଣର ବିଦେଶୀ ମଦ ଜବତ

ନର୍ଲା ପୋଲିସର ନାକତଳେ ଚାଲିଛି ବେଆଇନ ମଦ କାରବାର !

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଥାନା ଅଧିନସ୍ଥ ବାଲିପଡାରେ ରହିଥିବା ବିଦେଶୀ ମଦ ଦୋକାନରୁ ଦୀର୍ଘ ଦିନ ଧରି ଚାଲିଆସୁଥିଲା ବେଆଇନ ମଦ କାରବାର । ନର୍ଲା ପୋଲିସ ନିକଟରେ ଏହାର ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ପୋଲିସ୍ କିମ୍ବା ନର୍ଲା ଅବକାରୀ ବିଭାଗର ନିଦ ଭାଙ୍ଗୁନି । ମଦ ଚୋରା ଚାଳାଣ କଥା ବିଶ୍ୱସ୍ଥ ସୁତ୍ରରୁ ଖବର ପାଇ ନର୍ଲାର ଯୁବ ସାମ୍ବାଦିକ ରଞ୍ଜନ ମହାନ୍ତି ସକାଳ ୫ ଟା ବେଳେ ବାଲିପଡା ରୁ କମେଗାଁ ଯିବା ରାସ୍ତାରେ ଠିଆ ହୋଇଥିଲେ । ଏହି ସମୟରେ ଏକ ବାଇକ ରେ ବାଲିପଡା ବିଦେଶୀ ମଦ ଦୋକାନୀର ଜଣେ ଲୋକ (ଏଜେଣ୍ଟ) ବିଭିନ୍ନ ବ୍ରାଣ୍ଡର ୨୦,୦୦୦ ଟଙ୍କାରୁ ଉଦ୍ଧ୍ୱର୍ ମୂଲ୍ୟର ବିଦେଶି ମଦ କାର୍ଟୁନ ଗୁଡିକୁ ବସ୍ତାରେ ଭର୍ତ୍ତି କରି କମେଗାଁ, ଖଇର ପଦର ପ୍ରଭୃତି ଗାଁ କୁ ଚୋରା ଚାଲାଣ କରୁଥିଲେ. ଏହି ସମୟରେ ସାମ୍ବାଦିକ ରଞ୍ଜନ ମହାନ୍ତିଙ୍କ ସମେତ କମେଗାଁ ର ୱାର୍ଡ ମେମ୍ବର ପୀତବାସ ଖାଡଙ୍ଗା ଏବଂ ଆଉ ଦୁଇଜଣ ଲୋକ ଚୋରାଚାଲାଣ କାରୀକୁ ପୋଲିସ୍ ଡକାଇ ଜିମା ଦେଇଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ନର୍ଲା ପୋଲିସ୍ ଏସଆଇ ଦେବେନ୍ଦ୍ର ମାଝୀ ଘଟଣା ସ୍ଥଳରେ ପହଞ୍ଚି ବିଦେଶୀ ମଦ ଚୋରାଚାଲାଣ କାରୀ ବ୍ୟକ୍ତି ( ମଦ ଦୋକାନର ଏଜେଣ୍ଟ) ଓ ମଦ ଲୋଡ ହୋଇଥିବା ବାଇକ କୁ ଜବତ କରି ନର୍ଲା ଥାନାକୁ ଆଣିବା ସହ କୋର୍ଟ ଚାଲାଣ କାଟିଥିବା ଜଣାପଡିଛି । ଏଠାରେ ପ୍ରଶ୍ନ ଉଠୁଛି ନର୍ଲା ଥାନା ଅଧିନସ୍ଥ ନର୍ଲାରୋଡ, ବାଲିପଡା, ଛତିକୁଡା ଓ ରୁପ୍ରାରେ ଲାଇସେନ୍ସ ପ୍ରାପ୍ତ ବିଦେଶୀ ମଦ ଦୋକାନ ରହିଛି । ରୁପ୍ରାରୋଡ, ଲାଞ୍ଜିଗଡରୋଡ, ନର୍ଲା, ସେରଗଡ ପ୍ରଭୃତି ସ୍ଥାନରେ ମଦ ଦୋକାନ ନଥିବାରୁ ଏହି ସ୍ଥାନ ମାନଙ୍କର ଚା,ପାନ, ଥଣ୍ଡା ପାନୀୟ ଓ ଜଳଖିଆ ଦୋକାନ ଗୁଡିକ ବିଦେଶୀ ମଦ ଯୋଗାଣ ହୋଇଥାଏ । ଏହାବାଦ ନର୍ଲାର ବିଭିନ୍ନ ଗ୍ରାମାଞ୍ଚଳ, କମର୍ଦ୍ଦା, ଭୁର୍ଟିଗଡ, ମୁଣ୍ଡା ଗାଁ, କର୍ମେ, ରାକ୍ସୀ ସରିଆଁ, ଉଲିକୁପା, ନିଶାଣପୁର, ଶାନ୍ତପୁର, ବଡଧାରପୁର, ପଲମ, ଗିଗିନା ଏସବୁ ଗାଁ ମାନଙ୍କର ଚା, ପାନ ଦୋକାନୀ ମାନଙ୍କୁ ଯୋଗାଇଥାନ୍ତି ଉପରୋକ୍ତ ବିଦେଶୀ ମଦ ଦୋକାନୀ । ଏମିତି କଥା ନାହିଁ ଯେ ଏହା ନର୍ଲା ପୋଲିସର ଅଜ୍ଞାତରେ ଚାଲିଛି. ବୋଲି ।

Udyog Nursery
Udyogi Nursery

ନର୍ଲା ପୋଲିସର ଜ୍ଞାତ ସାରାରେ ଏସବୁ ବେଆଇନ ଓ ଅବୈଧ ମଦ କାରବାର ଚାଲିଛି । ନର୍ଲା ପୋଲିସ ଓ ନର୍ଲା ଅବକାରୀ ବିଭାଗ ମାସିକିଆ ବଟି ନେଇ ଏଭଳି ହୀନ କାର୍ଯ୍ୟକୁ ପ୍ରୋସôହନ ଦେଇଆସୁଥିବା ଜଣାପଡିଛି । କେବଳ ଏତେକି ନୁହଁ ନର୍ଲାରୋଡ ବିଦେଶୀ ମଦ ଦୋକାନ ହନୁମାନ ମନ୍ଦିର ନିକଟରୁ ଉଠିଆସି ଜୈନେକ ବିଜେଡି ନେତାଙ୍କ ଅର୍ଦ୍ଧନିର୍ମିତ ବିଲଡିଂ ର ତଳ ଘରେ ନୂଆ ବିଦେଶୀ ମଦ ଦୋକାନ ଚାଲୁଥିବା ବେଳେ ଉପର ମହଲାର ଶେଷ କୋଣରେ ରହିଥିବା କୋଠରୀରେ ରାତି ଅଧିଆ ନକଲି ମଦ ତିଆରି ଚାଲିଥିବା, ବାଲିପଡା ବିଦେଶୀ ମଦ ଦୋକାନୀ ମଧ୍ୟ ଏକ ପରିତ୍ୟକ୍ତ ଘରେ କିଛି ବିହାରୀ ଏକ୍ସପର୍ଟକୁ ଆଣି ରାତି ଅଧିଆ ନକଲି ମଦ ତିଆରି କରି ବିକୁଥିବା ସାଧାରଣରେ ଆଲୋଚନା ହେଉଛି । ଏହା ଲୋକଙ୍କ ପାଇଁ ଲୁଚାଛୁପାରେ ଚାଲିଛି ହେଲେ ଏଥିପାଇଁ ମଧ୍ୟ ନର୍ଲା ପୋଲିସ୍ ମୋଟା ଅଙ୍କର ପାଉଣା ନେଇ ଆଖି ବୁଜି ଦେଇଥିବା ସାଧାରଣରେ ଆଲୋଚନା ହେଉଛି । ନର୍ଲା ପୋଲିସର ଏତାଦୃଶା ଅସାମାଜିକ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବା ଭଳି ବ୍ୟବସ୍ଥାକୁ ନର୍ଲାର ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରାଯାଇଛି ।

ନର୍ଲା ଥାନା ପରିସରରେ ପୋଲିସ ସମିତି ମିଟିଂ ଡାକି ନିଜର ନିର୍ମଳ ଭାବମୂର୍ତ୍ତି ପ୍ରଦର୍ଶନ ପୂର୍ବକ ସତ୍ୟ ଓ ନ୍ୟାୟର ଭାଷଣ ମାରୁଥିବା ନର୍ଲା ଆଇଆଇସି ଗଙ୍ଗାଧର ମେହେରଙ୍କ ଏତାଦୃଶା ଦୋମୁହାଁ ନୀତିକୁ ସାଧାରଣରେ ସମାଲୋଚନା କରାଯାଉଥିବା ଶୁଣିବାକୁ ମିଳୁଛି । ନର୍ଲା ପୋଲିସର ନାକତଳେ ଚାଲୁଛି ବେଆଇନ ମଦ ବ୍ୟବସାୟ ବୋଲି ଲୋକେ ତାଛଲ୍ୟ କରୁଥିବା ଶୁଣିବାକୁ ମିଳୁଛି । ସନ୍ଧ୍ୟା ହୋଇଗଲେ ମଦ ନିଶାରେ ଦୋହଲୁଛି ନର୍ଲା । ଲୋକେ ପ୍ରଶ୍ନ କରୁଛନ୍ତି କେବେ ବନ୍ଦ ହେବ ଏହିସବୁ ବେଆଇନ ମଦ କାରବାର? ଏମାନଙ୍କ ପ୍ରତି ପୋଲିସ ଓ ଅବକାରୀ ବିଭାଗର କ’ଣ ପାଇଁ ଅଙ୍କୁଶ ରହୁନି?

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.