ଓଡ଼ିଆ ବାର୍ତ୍ତା/ ଭୁବନେଶ୍ବର: ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ବିଜେବି ଷ୍ଟଡି ସେଣ୍ଟର ୨୦୧୮-୨୦ ବ୍ୟାଚର ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ନନ୍ଦନକାନନ ପାଖ ବଟାନିକାଲ ଗାର୍ଡେନରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆଦିତ୍ୟ ବିର୍ଲା ଗ୍ରୁପ ତଥା ଓଏସ୍ଓୟୁ ସାମ୍ବାଦିକତା ବିଭାଗର କାଉନସିଲର ଡକ୍ଟର ବିଭୂଦତ୍ତ ମହାପାତ୍ର ଯୋଗଦେଇ ସମାଜ ବିକାଶରେ ଗଣମାଧ୍ୟମର ଭୂମିକା ବିଷୟରେ ଆଲୋକପାତ କରିଥିଲେ। ଏଥିସହ ଦିନକୁ ଦିନ ସାମ୍ବାଦିକଙ୍କ ଉପରେ ହେଉଥିବା ଆକ୍ରମଣ, ନିରପେକ୍ଷ ସମ୍ବାଦ ପରିବେଷଣ କରିବାରେ ସୃଷ୍ଟି ହେଉଥିବା ପ୍ରତିବନ୍ଧକ ଆଦି ବିଷୟରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଡକ୍ଟର ମହାପାତ୍ର ଆଲୁମିନି ଗ୍ରୁପର ବାର୍ଷିକ ବିଶେଷାଙ୍କ ଲେଖନୀକୁ ଅନଲାଇନ ଉନ୍ମୋଚନ କରିଥିଲେ। କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟିକ ଶତ୍ରୁଜିତ କବିତା ପାଠ କରିଥିବାବେଳେ ବ୍ୟୋମକେଶ ମିଶ୍ରଙ୍କ ମୟୂରୀ ଗୋ ତୁମ.. ସଂଗୀତ ସସମୁଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ସମସ୍ତ କାର୍ଯ୍ୟକ୍ରମକୁ ଆଲୁମିନି ଗ୍ରୁପର ସଦସ୍ୟ ଜ୍ଞାନରଞ୍ଜନ ମିଶ୍ର, ରଣଜିତ୍ ପଟ୍ଟନାୟକ, କମଳ କୁମାର ଧଳ, ରତ୍ନାକର ମହାମାନସିଂ, ଅମୀୟ ପ୍ରକାଶ ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ। ଉତ୍ସବରେ ୪୫ ଜଣ ଯୋଗଦେଇ ପରସ୍ପର ସହିତ ଭାବ ଆଦାନ ପ୍ରଦାନ କରି ଖୁସି ବ୍ୟକ୍ତ କରିଥିଲେ । ଶେଷରେ ମୀନା ନାୟକ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।