୧୯ ବର୍ଷରୁ କମ ମହିଳା ଟି୨୦ ବିଶ୍ୱକପର ଶ୍ରେଷ୍ଠ ଏକାଦଶରେ ଭାରତରୁ ୩ ସାମିଲ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ୧୯ ବର୍ଷରୁ କମ ମହିଳା ଟି୨୦ ବିଶ୍ୱକପରେ ଭାରତ ଚାମ୍ପିୟନ ହୋଇ ସ୍ୱର୍ଣ୍ଣିମ ଅକ୍ଷରରେ ନିଜ ନାମ ଲିପିବଦ୍ଧ କରିଛି । ସୋମବାର ଆଇସିସି ପକ୍ଷରୁ ଏହି ଟୁର୍ଣ୍ଣାମେଂଟରେ ଶ୍ରେଷ୍ଠ ଏକାଦଶ ଚୟନ କରାଯାଇଛି । ଘୋଷିତ ଦଳରେ ଭାରତ ଅଧିନାୟିକା ଶେଫାଳୀ ବର୍ମା, ଓପନର ଶ୍ୱେତା ସେହେରାୱାତ ଓ ସ୍ପିନର ପର୍ଶଭୀ ଚୋପ୍ରା ସାମିଲ ହୋଇଛନ୍ତି । ଶେଫାଳୀ ୧୭୨ ରନ ସଂଗ୍ରହ କରିବା ସହ ୪ଟି ୱିକେଟ ହାସଲ କରିଛନ୍ତି । ସେହିପରି ଶେରାୱତ ଟୁର୍ଣ୍ଣାମେଂଟରେ ସର୍ବାଧିକ ସ୍କୋର କରିଛନ୍ତି । ସେ ୯୯ ଆଭରେଜରେ ୨୯୭ ରନ କରିଛନ୍ତି । ପର୍ଶଭୀ ୬ ମ୍ୟାଚରେ ୧୧ ୱିକେଟ ଅକ୍ତିଆର କରିଥିଲେ ।ଏହି ଦଳରେ ଇଂଲଣ୍ଡର ଗ୍ରେସ ସ୍କ୍ରିଭାନ୍ସ, ହନାହ ବେକେର, ଏଲିଟ ଆଣ୍ଡରସନ, ନ୍ୟୁଜିଲାଣ୍ଡର ଜର୍ଜିଆ ପିଲମିର, ଶ୍ରୀଲଙ୍କାର ଡେୱାନୀ ଭିହାଙ୍ଗେ, ବାଂଲାଦେଶର ଶୋରନା ଆକଟେର, ଦକ୍ଷିଣ ଆଫ୍ରିକାର କାରବୋ ମେସୋ, ଅଷ୍ଟ୍ରେଲିଆର ମ୍ୟାଗି କ୍ଲାର୍କ ଓ ପାକିସ୍ତାନର ଆନୋଷ ନାସୀର ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.