ବିଶିଷ୍ଟ ଶିକ୍ଷାବିତ ସୁରେଶ ଚନ୍ଦ୍ର ନେଗୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ପାଳନ

‘ସାହିତ୍ୟ ସଂସଦ ପରି ପାଠକ ସଂସଦ ଗଠନ ହେଉ’

ଓଡ଼ିଆ ବାର୍ତ୍ତା/ ଧର୍ମଗଡ (ଲବଣୀ ରାଉତ): କଳାହାଣ୍ଡି ଜିଲ୍ଲାର ବିଶିଷ୍ଟ ଶିକ୍ଷାବିତ ଓ ସାହିତ୍ୟ ଅନୁରାଗୀ ସୁରେଶ ଚନ୍ଦ୍ର ନେଗୀଙ୍କର ପ୍ରଥମ ସାମ୍ବତ୍ସରିକ ଶ୍ରାଦ୍ଧ ପାଳନ ଅବସରରେ ଏକ ସ୍କୃତି ସଭା ଓ ସ୍ମୃତି ସୌରଭ ପୁସ୍ତିକା ଉନ୍ମୋଚନ ହୋଇଯାଇଛି।ପାଠକ ସଂସଦ ଗଠନ ହେଲେ ସାହିତ୍ୟ ଲୋକାଭିମୁଖୀ ହୋଇପାରିବ ବୋଲି ଉପସ୍ଥିତ ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଶୋଶିଆ ଗ୍ରାମ ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ  କ୍ଷୀତିଶ ଚନ୍ଦ୍ର ଯୋଶୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସ୍ମୃତି ସଭାରେ ମୁଖ୍ୟ ଅତିଥି ଭାବେ ରାସ ବିହାରୀ ବେହେରା, ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ଇଂ ବିଷ୍ଣୁ ସାହୁ ଓ ସମ୍ମାନିତ ଅତିଥି ଭାବେ ଗୋପବନ୍ଧୁ ବେହେରା, ଚିନ୍ତାମଣି ପାତ୍ର, ସତ୍ୟ ପଟ୍ଟନାୟକ, ଜଗଦୀଶ୍ବର ମୁଣ୍ଡ, କୃପାସିନ୍ଧୁ ପଣ୍ଡା, ପ୍ରମୋଦ କୁମାର ପଣ୍ଡା ପ୍ରମୁଖ ଯୋଗଦେଇ ସ୍ବର୍ଗତ ସୁରେଶ ଚନ୍ଦ୍ର ନେଗୀଙ୍କ  କର୍ମମୟ ଜୀବନର ସ୍ମୃତିଚାରଣ କରିଥିଲେ। ଡ. ଅଜିତ କୁମାର ନେଗୀ  ସ୍ବାଗତ ଅଭିଭାଷଣ, ଜୀବନ ଜ୍ୟୋତି ନେଗୀ ଧନ୍ୟବାଦ ଅର୍ପଣ କରିଥିଲ ଓ ଅଧ୍ୟାପକ ଲିଙ୍ଗରାଜ ପାତ୍ର ସଭା ପରିଚାଳନା କରିଥିଲେ। ଏହି ଅବସରରେ ଶତାଧିକ ସାହିତ୍ୟ ଅନୁରାଗୀ ଯୋଗଦେଇ ସ୍ବର୍ଗତ ସୁରେନ୍ଦ୍ର ଚନ୍ଦ୍ର ନେଗୀଙ୍କର ସ୍ମୃତିଚାରଣ ଓ କବିତା ପାଠ କରିଥିଲେ। ଏହି କାର୍ଯ୍ୟକ୍ରମରେ ପରମଜ୍ୟୋତି ନେଗୀ, ରାଜେଶ କୁମାର ମୁଣ୍ଡ, ଗୋବିନ୍ଦ ସାହୁ, ଶାନ୍ତନୁ କୁମାର ପରିଡା, ରାଜେନ୍ଦ୍ର ପଟ୍ଟଯୋଶୀ, ତୁଷାର ପଟ୍ଟଯୋଶୀ, ତପନ ରଥ, ବିରଞ୍ଚି ମୁଣ୍ଡ, ସୁଧିର ମେହେର, ମୋହନ ଚରଣ ବିଷି, ବିମ୍ବାଧର ପଣ୍ଡା, ପ୍ରଣବ ବେହେରା, ବଙ୍କିମ ମୁଣ୍ଡ, ସଂଜିବ ମୁଣ୍ଡ ତଥା ଧର୍ମଗଡ ସାହିତ୍ୟ ସଂସଦର କର୍ମକର୍ତ୍ତା ତଥା ନେଗୀ ଓ ଯୋଶୀ ପରିବାର ବର୍ଗ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.