ବସ୍‌କୁ ଧକ୍କା ଦେଲା କାର୍‌, ଚାଲିଗଲା ୪ ଜଣଙ୍କ ଜୀବନ

ଓଡ଼ିଆ ବାର୍ତ୍ତା/ ଅହମ୍ମଦାବାଦ : ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ବଡ଼ ଅଘଟଣ ।  ଭାରସାମ୍ୟ ହରାଇ ବସ୍‌ କୁ ଧକ୍କା ଦେଲା କାର୍‌ । ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଥିବା ଜଣାପଡ଼ିଛି। ମୁମ୍ବାଇ-ଅହମ୍ମଦାବାଦ ଜାତୀୟ ରାଜପଥର ଦହନୁ ଅଞ୍ଚଳରେ ଏହି ଦୁର୍ଘଟଣାଟି ଘଟିଛି।

Omkar Vasthu
Omkar Vasthu

ସୂଚନା ଅନୁଯାୟୀ, ଗୁଜରାଟରୁ ମୁମ୍ବାଇ ଆସୁଥିବା ଏକ କାର୍‌ ନିୟନ୍ତ୍ରଣ ହରାଇ ବସ୍‌କୁ ଧକ୍କା ଦେଇଥିଲା। ଫଳରେ କାର୍‌ରେ ଥିବା ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଡ୍ରାଇଭର ସମେତ ଅନେକ ଯାତ୍ରୀ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି  ଉଦ୍ଧାର କରିବା ସହ  ଗୁରୁତର ମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପରେ ଘଟଣାସ୍ଥଳରୁ ପୋଲିସ କାର୍‌କୁ ଉଦ୍ଧାର କରିବା ସହ କାର୍‌ ମଧ୍ୟରେ ଥିବା ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

କିଛିଦିନ ପୂର୍ବରୁ ପାଲଘର କାସା ଥାନା ଅଞ୍ଚଳରେ କାର ଏବଂ ଟ୍ରକ ମଧ୍ୟରେ ଧକ୍କା ହୋଇଥିଲା । ସେହିପରି ୧୯ ଜାନୁଆରୀରେ ମହାରାଷ୍ଟ୍ର ମୁମ୍ବାଇ–ଗୋଆ ରାଜରାସ୍ତାରେ ମାନ ଗାଓଁ ଅଞ୍ଚଳରେ ଜୋରଦାର ଦୁର୍ଘଟଣା ଘଟିଥିଲା । ଏହି ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ ୪ ଜଣ ମହିଳା ଏବଂ ୫ ଜଣ ପୁରୁଷ ରହିଥିଲେ । ଏମାନଙ୍କ ମଧ୍ୟରେ ଜଣେ ଛୋଟ ଶିଶୁ ଗୁରୁତର ଭାବେ ଆହତ ହୋଇଥିଲା ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.