ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼ (ଲବଣୀ ରାଉତ): ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ଅକାଳ ବିୟୋଗରେ ଧର୍ମଗଡ ବିଜୁ ଜନତା ଦଳ ପକ୍ଷରୁ ଗଭୀର ଶୋକ ପ୍ରକାଶ ପାଇଛି। ଧର୍ମଗଡ ବିଜୁ କଲ୍ୟାଣ ମଣ୍ଡପ ଠାରେ ଏନେଇ ଆୟୋଜିତ ଶୋକ ସଭାରଜ ଧର୍ମଗଡ ବିଧାୟକ ମୌଷଧି ବାଗ, ଧର୍ମଗଡ ବିଜେଡି ସଭାପତି ସଭାପତି ଟିକମନ ଯାଦବ, ବିଧାୟକ ପ୍ରତିନିଧି ସ୍ୱାଧୀନ ବାଗ, ଯୁବ ଆଇନଜୀବୀ ରାଜେନ୍ଦ୍ର ମୁନି, ଯୁବ ନେତା ବିବେକ ମିଶ୍ର, ଜୋନ୍-୧ ଜିଲ୍ଲା ପରିଷଦ ସଦସ୍ୟ ଗୋପୀନାଥ ମହାନନ୍ଦ, ଜୋନ-୨ ଜିଲ୍ଲା ପରିଷଦ ସଦସ୍ୟ ଶଙ୍କର ଜଏଡ଼, ଜୋନ୍-୩ ଜିଲ୍ଲା ପରିଷଦ ପ୍ରଣବ କିଶୋର ଭାଇସାଲ, ଏନଏସିର ପୂର୍ବତନ ଚେୟାରମେନ ସୁଶୀ ହୀରା ବାଗ, ଏନଏସି ଉପାଧ୍ୟକ୍ଷା ମନୀଷା ମୁଣ୍ଡ ପ୍ରମୁଖ ଉପସ୍ଥିତ ରହି ଦିବଂଗତ ନବ ଦାସଙ୍କୁ ଅଶୃଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବାସହ ତାଙ୍କର ସ୍ମୃତି ଚାରଣ କରିଥିଲେ।