ନବରଙ୍ଗପୁର ଜିଲ୍ଲା ମଙ୍ଗଳୀ ସମାଜର ବୈଠକ

ଓଡ଼ିଆ ବାର୍ତ୍ତା/ ନବରଙ୍ଗପୁର: ନବରଙ୍ଗପୁର ମାଝୀଗୁଡା ଛକ ନିକଟରେ ଜିଲ୍ଲା ମଙ୍ଗଳୀ ସମାଜର କର୍ମକର୍ତ୍ତା ଓ ସମସ୍ତ ବ୍ଳକର କର୍ମକର୍ତ୍ତାଙ୍କୁ ନେଇ ଏକ ଗୁରତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ମଙ୍ଗଳୀ ସମାଜର ସାଧାର ସଂପାଦକ ବୁଦନ ମଙ୍ଗଳୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ ଦଶଗୋଟି ବ୍ଳକର ସଭାପତି, ସଂପାଦକ, କୋଷାଧ୍ୟକ୍ଷଙ୍କ ସମେତ କଷାଗୁମଡା ବ୍ଳକର ସଭାପତି ଭଗବାନ ମଙ୍ଗଳୀ, ପାପଡାହାଣ୍ଡି ବ୍ଳକର ଜଗତ ମଙ୍ଗଳୀ, ଝରିଗାଁ ବ୍ଳକର ଚନ୍ଦ୍ର ମଙ୍ଗଳିଳୀ, ସୁବାସ ମଙ୍ଗଳୀ, ଜିଲ୍ଲା ଯାଦବ ସମାଜର ସାଧାରଣ ସଂପାଦକ ପର୍ଶୁରାମ ନାୟକ, ଶଙ୍କର ମଣ୍ଡଳୀ ଉପସ୍ଥିତ ଥିଲେ। ଏଥିରେ ମଙ୍ଗଳୀ ସମାଜର ପୁଅଝୀଅ ମାନଙ୍କୁ ଆଦର୍ଶ ଓ କେନ୍ଦ୍ରିୟ ବିଦ୍ୟାଳୟ, ତା ସଙ୍ଗେସଙ୍ଗେ ଭୁବନେଶ୍ୱରର କିସ୍ ବିଦ୍ୟାଳୟ ମାନଙ୍କରେ ପାଠପଢ଼ାଇବା, ବାଲ୍ୟ ବିବାହ ଉଚ୍ଛେଦ, ଅନ୍ଧ ବିଶ୍ବାସ ଓ ମଦ୍ୟ ପାନରୁ ଦୁରିକରଣ, ସାକ୍ଷରତା, ବୃକ୍ଷରୋପଣ, ବ୍ଲଡ କେମ୍ଫ ଇତ୍ୟାଦି ବିଷୟରେ ସଚେତନତା କରାଯାଇଥିଲା। ଏହି ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ କୈବଲ୍ୟ ଦାସଙ୍କ ହସ୍ତରୁ ସମାଜର ସାର୍ଟିଫିକେଟ ଗ୍ରହଣ କରାଯାଇଥିଲା। ଶେଷରେ ଜିଲ୍ଲା ସାଧାରଣ ସଂପାଦକ ଧନ୍ୟବାଦ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.