ସାମ୍ବାଦିକ ରୋହିତ ବିଶ୍ୱାଳଙ୍କୁ ସହୀଦ ମାନ୍ୟତା ଦାବୀ

ବର୍ଷେ ତଳେ ନକ୍ସଲଙ୍କ ବୋମା ବିସ୍ଫୋରଣରେ ହୋଇଥିଲା ମୃତ୍ୟୁ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ଗତବର୍ଷ ଫେବୃଆରୀ ମାସ ୫ ତାରିଖରେ ମାଓବାଦୀଙ୍କ ଦ୍ୱାରା ଖଂଜା
ଯାଇଥିବା ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ସାମ୍ବାଦିକ ରୋହିତ ବିଶ୍ୱାଳଙ୍କ ମୃତ୍ୟୁ ହେଇଥିଲା । ଠିକ ବର୍ଷଟିଏ ପରେ ଆଜି ବି ରୋହିତଙ୍କ ସ୍ମୃତି ତାଜା ହେଇପଡ଼ୁଥିବାବେଳେ ଆଜି ବି ତାଙ୍କୁ ମୋହନଗିରି ମାଟି ଝୁୁରୁଛି । ସେତିକିବେଳେ ତ୍ରିସ୍ତରୀୟ ନିର୍ବାଚନର ପ୍ରଚାର ଚାଲିଥିବାବେଳେ ଏହି ନିର୍ବାଚନକୁ ବର୍ଜନ ଦାବୀରେ ଲାଲବାହିନୀ ବିଭିନ୍ନ ପୋଷ୍ଟର ଓ ବ୍ୟାନର କଳାହାଣ୍ଡି ଜିଲ୍ଲା ମ.ରାମପୁରଥାନା ଅନ୍ତର୍ଗତ ଡ଼ମ୍ବକର୍ଲାଖୁଂଟାର ଦୁଲେନ ଛକ ନିକଟ ରାସ୍ତାରେ ଲାଗିଥିଲା ଏବଂ ଏହି ଖବର ସଂଗ୍ରହ କରିବାକୁ ସେଦିନ ଦିବା ପ୍ରାୟ ୧୧ ଘଂଟା ସମୟରେ ରୋହିତ ଯାଇଥିଲେ ଏବଂ ଲାଲବାହିନୀଙ୍କ ଦ୍ୱାରା ଖଂଜା ଯାଇଥିବା ଲାଣ୍ଡ ମାଇନ ବିସ୍ପୋରଣରେ ତାଙ୍କରି ମୃତ୍ୟୁ ହେଇଥିଲା । ଘଟଣା ପରେ ପ୍ରଶାସନ ତରଫରୁ ସମୁଦାୟ ୧୩ଲକ୍ଷ ଟଙ୍କା ସହାୟତା ରାଶି ମିଳିଥିବାବେଳେ ବିଭିନ୍ନ ସ୍ତରରେ ରୋହିତ ବିଶ୍ୱାଳଙ୍କୁ ମିଳିଛି ମରୋଣତ୍ତୋର ସମ୍ମାନ । ଚଳିତ ଜାନୁୟାରୀ ୨୬ ତାରିଖ ଦିନ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ପ୍ୟାରେଡ଼ରେ କଳାହାଣ୍ଡି ଜିଲ୍ଲାପାଳଙ୍କ ତରଫରୁ ସ୍ୱର୍ଗତ ମନ୍ତ୍ରୀ ନବ ଦାଶଙ୍କ ଦ୍ୱାରା ସ୍ୱର୍ଗତ ସାମ୍ବାଦିକଙ୍କ ପତ୍ନ ମାଧବୀ ବିଶ୍ୱାଳ ଏହି ସମ୍ମାନ ଗ୍ରହଣ କରିଛନ୍ତି । ରୋହିତଙ୍କ ପୁଅ ଓ ଝିଅ ବର୍ତ୍ତମାନ ଅଧ୍ୟୟନରତ ଅଛନ୍ତି । ତେବେ ଆଜି ବି ମୋହନଗିରୀ ମାଟି ରୋହିତ ବିଶ୍ୱାଳଙ୍କୁ ଝୁରି
ହେଉଥିବାବେଳେ ଖବର ସଂଗ୍ରହ କରିବାକୁ ଯାଇ ମୃତ୍ୟୁ ବରଣ କରିଥିବା ରୋହିତ ବିଶ୍ୱାଳଙ୍କ ସହିଦ ସମ୍ମାନ ପ୍ରଦାନ କରାଯିବାକୁ ବିଭିନ୍ନ ମହଲରେ ଦାବୀ ହେଉଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.