ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ କଦମଗୁଡା ଗ୍ରାମପଞ୍ଚାୟତ ଠାରେ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ବ୍ଲକର ସମସ୍ତ ବିଭାଗର ଅଧିକାରୀ ଓ କର୍ମଚାରୀ ଯୋଗ ଦେଇଥିଲେ। କଦମଗୁଡା ପଞ୍ଚାୟତର ସମସ୍ତ ୱାର୍ଡର ଜନସାଧାରଣ ଜନ ଶୁଣାଣି ଶିବିରକୁ ଆସି ବିଭିନ୍ନ ସମସ୍ୟା ନେଇଁ ଅଭିଯୋଗ କରିଥିଲେ। ଉକ୍ତ ଶିବିରରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜିତେନ୍ଦ୍ର ମିଶ୍ର ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ଲାଞ୍ଜିଗଡ଼ ତହସିଲଦାର ମୁନିନ୍ଦ୍ର ହୋନାଙ୍ଗା, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଭୁତି ଭୁଷଣ ଶତପଥୀ, ଜିପିଓ ସରୋଜ କୁମାର ପଧାନ, ଗ୍ରାମ୍ୟଜଳ ଯୋଗାଣ ସହକାରୀ ଯନ୍ତ୍ରୀ ଦଶମନ୍ତ ମାଝୀ, ବିଏସଏସଓ ଅରୋବିନ୍ଦ ମହାପାତ୍ର, ଡବଲ୍ୟୁଇଓ ପଙ୍କଜ ବଳିଆର ସିଂହ କୃଷି ଅଧିକାରୀ ଲାଞ୍ଜିଗଡ ଚନ୍ଦ୍ର ମୋହନ ଚାନ୍ଦ, ଭିଏଡବଲ୍ୟୁ ଭାସ୍କର ମାଝୀ, ସମିତି ସଭ୍ୟା ଚଞ୍ଚଳ ନାଏକ, ଲାଞ୍ଜିଗଡ଼ରୋଡ଼ ରାଜସ୍ୱ ନିରୀକ୍ଷକ ବୈବସୁତ ବାଗ, ସ୍ବାସ୍ଥ୍ୟ ବିଭାଗ ମହିଳା ପରିଦର୍ଶିକା ମନ୍ଦାର ମହାନନ୍ଦ, ଉଦ୍ୟାନ ବିଭାଗ ପକ୍ଷରୁ ଇଶ୍ଵର ବଗର୍ତ୍ତି, ଭିଏଏସ ଡଃ ଜ୍ୟୋସ୍ନା ରାଣୀ ସିଂହ ପ୍ରମୁଖ ଉପସ୍ଥିତ ରହି ଗ୍ରାମପାନୀୟ, ଜଳ, ଶିକ୍ଷା, ସ୍ୱାସ୍ଥ୍ୟ ଆବାସ ଗୃହ,ଆଦି ମୁଖ୍ୟ ସମସ୍ୟା ରହିଥିବା ଗ୍ରାମବାସୀଙ୍କ ଅଭିଯୋଗ ଦରଖାସ୍ତ ଗ୍ରହଣ କରିବା ସହିତ ଅତି ଶିଘ୍ର ସମାଧାନ ହେବବୋଲି ପ୍ରତିଶ୍ରୁତି ଦେଇଥିଲେ। ଏଥିରେ ସମୁଦାୟ ୭୪ଟି ଅଭିଯୋଗ ପଞ୍ଜୀକୃତ ହୋଇଥିବା ବେଳେ ସର୍ବାଧିକ ୩୪ଟି ଆବାସ ଯୋଜନାରେ ପଞ୍ଜୀକୃତ ହୋଇଥିବା ସୂଚନା ମିଳିଛି। ଏହି ଶିବିରଟି କଦମ୍ବଗୁଡ଼ା ସରପଞ୍ଚ ସନ୍ତୋଷ ମାଝୀଙ୍କ ସଭାପତିତ୍ୱ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ରୁପାଧର ଧାରୁଆଙ୍କ ତତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା। ତେବେ ଆଜିର ଏହି ଶିବିରରେ କଦମଗୁଡା ସରପଞ୍ଚ ସନ୍ତୋଷ ମାଝୀ, ସମିତି ସଭ୍ୟା ଚଞ୍ଚଳା ବେନିଆଙ୍କ ସମେତ ଅଞ୍ଚଳର ସଚେତନ ନାଗରିକଙ୍କ ମିଳିତରେ କଦମଗୁଡା ଗ୍ରାମ ପଞ୍ଚାୟତ ଦାୟିତ୍ୱରେ ଥିବା ଯନ୍ତ୍ରୀ ଅକ୍ଷୟ ମହାପାତ୍ରଙ୍କ ବିରୋଧରେ ଏକ ଲିଖିତ ଅଭିଯୋଗ କରିଥିଲେ। ସୂଚନାଯୋଗ୍ୟ ଅକ୍ଷୟ କୁମାର ମହାପାତ୍ରଙ୍କ ଖାମଖିଆଲି ମନୋଭାବ ଯୋଗୁଁ କଦମଗୁଡ଼ ଗ୍ରାମ ପଞ୍ଚାୟତର ବିକାଶ କ୍ଷେତ୍ରରେ ବାଧା ସୃଷ୍ଟି ହେଉଥିବା ଲୋକେ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ପରେ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର ତୁରନ୍ତ ଅକ୍ଷୟ କୁମାର ମହାପାତ୍ରଙ୍କୁ ଶିବିରର ଡାକି ତତକ୍ଷଣାତ୍ ସମାଧାନ କରିଥିବା ଜଣାପଡିଛି।