ବେଦାନ୍ତ କଣ୍ଟେନର ଧକ୍କାରେ ନାବାଳିକାଙ୍କ ମୃତ୍ୟୁ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ରାୟଗଡ଼ା ଠାରୁ ଭବାନୀପାଟଣାକୁ ସଂଯୋଗ କରୁଥିବା ୬ ନଂ ରାଜ୍ୟ ରାଜପଥର ପୋଖରୀବନ୍ଧ ଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ବେଦାନ୍ତ କଣ୍ଟେନର ଧକ୍କାରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ପୋଖରୀବନ୍ଧ ଗାଁର ପ୍ରିୟଙ୍କା କରୁଆଁ (୧୩) ନାମକ ଜଣେ ନାବାଳିକାଙ୍କ  ମୃତ୍ୟୁ ହୋଇଥିବା ଜଣାପଡିଛି। ପ୍ରାପ୍ତ ସୂଚନା ଅନୁଯାୟୀ ପ୍ରିୟଙ୍କା ନିଜ ବଡ଼ ବାପା ଘରୁ ନିଜ ଘରକୁ ଯିବା ସମୟରେ ଓଡି-୧୭-ଏନ୍-୫୨୯୨ ନମ୍ବର ବିଶିଷ୍ଟ ଏକ ବେଦାନ୍ତ କଣ୍ଟେନର ଦ୍ରୂତଗତିରେ ଆସି ପ୍ରିୟଙ୍କା ଉପରକୁ ମାଡ଼ିଯିବା ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ବିଶ୍ଵନାଥପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.