ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ସର୍ଗିଗୁଡାର ଧର୍ମ ପରାୟଣା ମହିଳା ଉର୍ବସୀ ପାଢ଼ୀଙ୍କ ଗୁରୁବାର ରାତି ୨.୩୦ ସମୟରେ ପରଲୋକ ହୋଇ ଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘ ଦିନରୁ କିଡନୀ ଜନୀତ ସମସ୍ୟା ରେ ପୀଡିତ ଥିଲେ। ଭବାନୀପାଟଣା ଡାକ୍ତରଖାନାରେ ନିୟମିତ ଚିକିତ୍ସିତ ହେଉଥିଲେ। ମୃତ୍ୟୁ ସମୟରେ ତାଙ୍କ ଶଯ୍ୟା ନିକଟରେ ତାଙ୍କର ପୁଅ ନୀଳମାଧବ , ବୋହୁ ଅନୁରାଧା, ଝିଅ ଜୋଇଁ ଓ ନାତି ମାନେ ଉପସ୍ଥିତ ଥିଲେ। ତାଙ୍କ ବିୟୋଗରେ ନର୍ଲା ବ୍ରାହ୍ମଣ ସମାଜର କାର୍ଯ୍ୟକର୍ତ୍ତା, କଳାହାଣ୍ଡି ସାଂସଦଙ୍କ ନର୍ଲା ପ୍ରତିନିଧି ତଥା ବିଜେପି ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ପ୍ରଦୀପ କୁମାର ନାଏକ, ସର୍ଗିଗୁଡା ସରପଞ୍ଚ ଦୀପଞ୍ଜଳି ବୁଦ୍ଧିଆ, ସମିତି ସଦସ୍ୟ ଚିରଞ୍ଜିବି ଗୌଡ଼ିଆ ପ୍ରମୂଖ ଗଭୀର ଶୋକ ବ୍ୟକ୍ତ କରିବା ସହିତ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି।