ଇପିଏଫ ପେନସନ ବୃଦ୍ଧି ଲାଗି ସଂସଦ ଗାନ୍ଧୀ ମୂର୍ତ୍ତୀ ତଳେ ବାମ ଦଳ ସାଂସଦଙ୍କ ବିକ୍ଷୋଭ 

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଦେଶରେ ଥିବା ଇପିଏଫ ପେନସନ ଭୋଗୀ ବରିଷ୍ଠ ନାଗରିକମାନଙ୍କୁ ସର୍ବନିମ୍ନ ମାସିକ ୯୦୦୦ ଟଙ୍କା ପେନସନ ଏବଂ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ବର୍ଦ୍ଧିତ ପେନସନ ଦେବା ଲାଗି ଦାବି କରି ବାମ ଦଳର ସାଂସଦମାନେ ଗତକାଲି ସଂସଦ ପରିସରରେ ଥିବା ଗାନ୍ଧୀ ମୂର୍ତ୍ତୀ ତଳେ ଧାରଣାରେ ବସିଥିଲେ। ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ସାମିଲ ଥିବା ସମସ୍ତ ସାଂସଦ ଏବଂ ସଂପୃକ୍ତ ବାମ ଦଳ ମାନଙ୍କୁ ଇପିଏଫ ପେନସନର୍ସ ଆସୋସିଏସନ୍ ତରଫରୁ ସର୍ବଭାରତୀୟ ଉପସଭାପତି ତଥା ଓଡ଼ିଶାର ସାଧାରଣ ସମ୍ପାଦକ ଭାଗ୍ୟଧର ବ୍ରହ୍ମା କୃତଜ୍ଞତା ଓ ଧନ୍ୟବାଦ ଜଣାଇଛନ୍ତି। ଏଥି ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଶ୍ରମ ମନ୍ତ୍ରୀ ଭୁପେନ୍ଦର ଯାଦବ ଦେଶର ଥିବା ପଞ୍ଚସ୍ତରୀ ଲକ୍ଷ୍ୟ ଇପିଏଫ ପେନସନ ଭୋଗୀ ମାନଙ୍କ ଦୟନୀୟ ଆର୍ଥିକ ସ୍ଥିତିକୁ ସହୃଦୟତାର ସହ ବିଚାର କରି ପେନସନ ବୃଦ୍ଧି ଲାଗି ତ୍ଵରିତ ପଦକ୍ଷେପ ନେବାକୁ ଶ୍ରୀ ବ୍ରହ୍ମା ଦୃଢ଼ ଦାବି ଜଣାଇଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.