ନର୍ଲା କ୍ରିକେଟ କ୍ଳବ ପକ୍ଷରୁ ରାଜ୍ୟ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା କ୍ରିକେଟ କ୍ଳବ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ଖେଳ ପଡିଆ ଠାରେ ରାଜ୍ୟ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଛି। ଆଜି ଏହି ଟୁର୍ଣ୍ଣାମେଣ୍ଟରେ ନର୍ଲା ବନାମ୍ ଟିଟିଲାଗଡ ଦଳ ମଧ୍ୟରେ ସେମି ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ନର୍ଲା ଟିମ ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ ୧୫ ଓଭରରେ ୧୦ ଉଇକେଟ ହରାଇ ୧୧୫ ରନ ସଂଗ୍ରହ କରିଥିବା ବେଳେ ଟିଟିଲାଗଡ ଦଳ ୧୫ ଓଭରରେ ୯ ଉଇକେଟ ହରାଇ ୧୧୬ ରନ ସଂଗ୍ରହ କରି ଫାଇନାଲରେ ପ୍ରବେଶ କରିଛି। ଆଜିର ଏହି ମ୍ୟାଚରେ ମୁଖ୍ୟ ଅତିଥି ଭାବେ ବିବେକସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ଼. ଶିବରାମ ନାୟକ ଯୋଗଦେଇ ଖେଳାଳୀ ଓ କ୍ଳବର ସମସ୍ତ ସଦସ୍ୟଙ୍କୁ ଉତ୍ସାହିତ କରିବା ସହ ଖେଳ ଦେହ ଓ ମନକୁ ଶୁଦ୍ଧ ଓ ନିରୋଗୀ ରଖେ ବୋଲି ନିଜ ବ୍ୟକ୍ତବ୍ୟରେ କହିଥିଲେ। ଉକ୍ତ ରୋମଞ୍ଚକର ଖେଳ ଦେଖିବା ପାଇଁ ଶତାଧିକ ଦର୍ଶକଙ୍କ ଭିଡ ଦେଖିବାକୁ ମିଳିଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.