ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଭାରତୀୟ ଦଳରେ ସାମିଲ ହେଲେ ଆୟାର

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ଟେଷ୍ଟ ପୂର୍ବରୁ ମିଡିଲ ଅର୍ଡର ବ୍ୟାଟ୍ସ୍ୟାନ ଶ୍ରେୟାଶ ଆୟାର ଭାରତୀୟ ଦଳ ସହିତ ଯୋଗ ଦେଇଛନ୍ତି । ପିଠି ସମସ୍ୟାରୁ ମୁକୁଳିବା ସହ ସେ ସମ୍ପୂର୍ଣ୍ଣ ଭାବେ ଫିଟ ହୋଇଛନ୍ତି ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି । ମେଡିକାଲ ଟିମ ମଧ୍ୟ ତାଙ୍କୁ ସବୁଜ ସଙ୍କେତ ଦେଇଛନ୍ତି । ଆଘାତ ସମସ୍ୟା ପରେ ସେ ଜାତୀୟ କ୍ରିକେଟ ଏକାଡେମୀର ଚିକିତ୍ସିତ ହେଉଥିଲେ । ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଖେଳାଯିବାକୁ ଥିବା ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଟିମ ଇଣ୍ଡିଆ ପ୍ରଥମ ମୁକାବିଲାକୁ ଜିତି ୧-୦ର ଅଗ୍ରଣୀ ହାସଲ କରିନେଇଛି । ପିଠି ସମସ୍ୟା ଯୋଗୁ ଶ୍ରେୟାଶ ୩ ମ୍ୟାଚ ବିଶିଷ୍ଟ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ଖେଳି ନ ଥିଲେ । ତାଙ୍କ ଅନୁପସ୍ଥିତିରେ ନାଗପୁରରେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରେ ସୂର୍ଯ୍ୟକୁମାର ଯାଦବ ତାଙ୍କ ପଦାର୍ପଣ ମ୍ୟାଚ ଖେଳିଛନ୍ତି । ଶ୍ରେୟାଶଙ୍କୂ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିବ କି ନାହିଁ ସେ ନେଇ ଟିମ ମ୍ୟାନେଜମେଂଟ ମ୍ୟାଚ ପୂର୍ବରୁ ନିଷ୍ପତି ନେବ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.