ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରାରୋଡ ଠାରେ ଜିଲ୍ଲା ସ୍ତରୀୟ ଦିନିକିଆ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେଇଯାଇଛି। ଏନେଇ ଆୟୋଜିତ ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି ଯୋଗ ହେଇ ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ।
ଜିଲ୍ଲାର ନର୍ଲା, ମଦନପୁର ରାମପୁର, ରିଷିଡା, କର୍ଲାମୁଣ୍ଡା, ଭବାନୀପାଟଣା, ଲାଞ୍ଜିଗଡ, ପାଷ୍ଟିକୁଡ଼ି, ନିଶାଣପୁର ତଥା ରୁପ୍ରାରୋଡରୁ ୨୬ଟି ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିବାବେଳେ ମୋଟ ୨୫ ଟି ମ୍ୟାଚ୍ ହେଇଥିଲା। ଫାଇନାଲ ମ୍ୟାଚ୍ ମଦନପୁର ରାମପୁରର ମନୋଜ ଓ ସାଥି ଏବଂ ପାଷ୍ଟିକୁଡିର ଚନ୍ଦନ ଓ ସାଥି ମଧ୍ୟରେ ହେଇଥିଲା। ଏହି ରୋଚକ ପୂର୍ଣ୍ଣ ଲଢେ଼ଇରେ ଚନ୍ଦନ ଓ ସାଥି ୨-୦ ରେ ବିଜୟ ଲାଭ କରି ଚମ୍ପିଅନ ହୋଇଥିଲେ। ଉଦଯାପନୀ ଉତ୍ସବରେ ଟ୍ରଫି ବିତରଣ କରିଥିଲେ ପୂର୍ବତନ କ୍ରିଡାବିତ ସୁରେନ୍ଦ୍ର ଅଗ୍ରୱାଲ।