ଦଧିବାମନପୁର ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଚକ୍ଷୁ ଚିକିତ୍ସା ଶିବିର 

ଓଡ଼ିଆ ବାର୍ତ୍ତା/ କଟକ ସଦର (ଶ୍ରୀକାନ୍ତ ବେଉରା): କଟକ ସଦର ୪୨ ମୌଜା  ଦଧିବାମନପୁର ସ୍ଥିତ ସି.ବି.ଏସ.ଇ. ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏକ ଚକ୍ଷ୍ୟୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଶିଷ୍ଟ ଚକ୍ଷ୍ୟୁ ଚିକିତ୍ସକ ଡ଼. ଲୋପାମୁଦ୍ରା ବେହୁରା ଏବଂ ଅଖିଳେଶ ସିହ୍ନା ଓ ଶେଖ କାସିମଙ୍କ ସହାୟତାରେ ଶତାଧିକ ପିଲାମାନଙ୍କ ଚକ୍ଷୁ ଚିକିତ୍ସା କରାଯାଇଥିଲା। ପୂର୍ବାହ୍ନରେ ଡ଼. ବେହୁରା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଜି.ସନ ଅଲମ୍ପିୟାଡ଼ କୃତି ଛାତ୍ରଛାତ୍ରୀ ମାନଂକୁ ମେଡାଲ, ସାର୍ଟିଫିକେଟ ପ୍ରଦାନ କରିଥିଲେ। ଏହି ଅବସରରେ ସ୍କୁଲ ଚେୟାରମ୍ୟାନ ଡ଼. ଚନ୍ଦନା ବେହେରା, ମାର୍ଗଦର୍ଶକ ଡ଼.ଅନିରୁଦ୍ଧ ଖିଲ୍ଲାର, ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସାହୁ ସେମାନଙ୍କ ଅଭିଭାଷଣରେ ପିଲା ମାନଙ୍କୁ ଭବିଷ୍ୟତରେ ଭଲ ନାଗରିକ ହେବା ପାଇଁ ଆହ୍ୱାନ ଦେଇଥିଲେ। କାର୍ଯ୍ୟକ୍ରମକୁ ସ୍କୁଲ ପ୍ରଶାସକ ଶ୍ରୀ କ୍ଷେତ୍ରମୋହନ ସେନାପତି, ସମସ୍ତ ଶିକ୍ଷକ ଓ କର୍ମଚାରୀ ପରିଚାଳନା କରିଥିଲେ। ଡ଼. ବେହୁରା ଭବିଷ୍ୟତରେ ଅଧିକରୁ ଅଧିକ ଚକ୍ଷୁ ଚିକିତ୍ସା ଶିବିର କରିବକୁ ପ୍ରତିଶୃତି ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.