ପୋଲିସ ଓ ଅବକାରୀ ବିଭାଗର ମିଳିତ ଉଦ୍ୟମରେ ୫୦ ଏକର ଗଞ୍ଜେଇ ଚାଷ ନଷ୍ଟ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅଞ୍ଚଳରେ ଗତ କିଛି ଦିନ ହେଲା ଗଞ୍ଜେଇ ଚାଷ ନଷ୍ଟ ଅଭିଯାନ ବନ୍ଦ ରହିଥିବା ବେଳେ ପୁଣି ଥରେ ବାଲିଗୁଡା ଥାନା ତରଫରୁ ବାଲିଗୁଡା ବ୍ଲକ କୁଟିକିଆ ପଞ୍ଚାୟତର ସାଉଟିକିଆ ଅଞ୍ଚଳରୁ ଗଞ୍ଜେଇ ଚାଷ ନଷ୍ଟ କରିଥିବା ସୂଚନା ମିଳିଛି। ସୂଚନା ଅନୁସାରେ ବାଲିଗୁଡା ପୋଲିସ ଓ ଅବକାରୀ ବିଭାଗର ମିଳିତ ଉଦ୍ୟମ ରେ ବେଆଇନ୍ ଭାବରେ ଲାଗିଥିବା ଗଞ୍ଜେଇ ଗଛ ପ୍ରାୟ ୫୦ ଏକରକୁ ନଷ୍ଟ କରିଛି। ଅନ୍ୟ ପଟେ ବେଆଇନ୍ ଭାବରେ ଲାଗିଥିବା ଗଞ୍ଜେଇ ଚାଷକୁ ନେଇ ବାଲିଗୁଡା ଥାନା କେଶ ନଂ. ୪୩/୨୩ରେ ଏକ ମାମଲା ରୁଜୁ କରିଥିବା ବେଳେ ଏହି ଚଢ଼ାଉରେ ବାଲିଗୁଡା ଥାନା, ଅବକାରୀ ବିଭାଗ, ଓ ଶ୍ରମିକ ସାମିଲ୍ ଥିଲେ। ବାଲିଗୁଡା ଥାନାରେ ଗଞ୍ଜେଇ ସମ୍ପର୍କିତ ମାମଲା ରୁଜୁ କରିଥିବା ବେଳେ ଅଧିକ ତଦନ୍ତ ଚାଲୁ ରହିଥିବା ବିଷୟ ବାଲିଗୁଡା ଥାନା ଅଧିକାରୀ ବାବା ଶଙ୍କର ସରାଫ ସୂଚନା ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.