ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୨୦ ବର୍ଷ ଜେଲ ସହ ୪୦ ହଜାର ଟଙ୍କା ଜୋରିମାନା

ଓଡ଼ିଆ ବାର୍ତ୍ତା/ କନ୍ଧମାଳ: କନ୍ଧମାଳ ଜିଲ୍ଲା ଫୁଲବାଣୀ ଅତିରିକ୍ତ ଜିଲା ଦୌରାଜଜ ଏବଂ ସ୍ବତନ୍ତ୍ର ପୋସ୍କୋ କୋର୍ଟ ବିଚାରପତି ସଞ୍ଜିତ କୁମାର ବେହେରା ଏକ ଦୁଷ୍କର୍ମ ମାମଲାର ବିଚାରଣା କରି ଘଟଣାର ସାକ୍ଷୀ, ଡାକ୍ତରୀ ରିପୋର୍ଟ ଏବଂ ୧୨ ଜଣଙ୍କ ସାକ୍ଷୀ ପ୍ରମାଣ ଆଧାରରେ ମାମଲାର ଅଭିଯୁକ୍ତ ସୁନୀଲ ଦିଗାଲଙ୍କୁ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୪୦ ହଜାର ଟଙ୍କା ଜୋରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି। ଜୋରିମାନା ଅନାଦେୟ ଅଭିଯୁକ୍ତକୁ ଆଉ ଅଧିକ ୧ ବର୍ଷ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ବିଚାରପତି ନିଜ ରାୟରେ ପ୍ରକାଶ କରିଛନ୍ତି । ସରକାରଙ୍କ ପକ୍ଷରୁ ମାମଲାକୁ ସ୍ୱତନ୍ତ୍ର ପୋସ୍କୋ କୋର୍ଟର ପିପି ଅସୀମ ପ୍ରହରାଜ ପରିଚାଳନା କରୁଥିଲେ । ଘଟଣାରୁ ପ୍ରକାଶ ଯେ, ଗତ ୦୩.୯. ୨୦୧୯ ତାରିଖ ଦିନ ନାବାଳିକା ପିଡିତାର ବାପା ମାଆ କାମ କରିବାକୁ ବିଲକୁ ଯାଇଥିଲେ ପିଡିତା ନିଜ ଘରେ ଏକୁଟିଆ ଥିଲା ବାପା ମାଆ ସନ୍ଧ୍ୟାରେ ଘରକୁ ଫେରିବା ପରେ ଝିଅ ଘରେ ନଥିଲା ଆଖ ପାଖ ସାହି ପଡ଼ିଶା ଖୋଜା ଖୋଜି କରିଥିଲେ କୌଣସି ସନ୍ଧାନ ପାଇ ପାରି ନଥିଲେ। ୩ ଦିନ ପରେ ପବିଙ୍ଗୀଆ ଗ୍ରାମର ସୁନୀଲ ଦିଗାଲ ଅପହରଣ କରି ନେଇଥିବା ଜାଣିବାକୁ ପାଇଥିଲେ।ପୀଡିତା ଫେରିବା ପରେ ସମସ୍ତ ଘଟଣା କାନ୍ଦି କାନ୍ଦି ମୋତେ ବୁଲାଇ ନେବାକୁ କହି ନୂଆଁଗାଁକୁ ନେଇଯାଇ ଥିଲା ସେଠାରେ ପହଞ୍ଚିବା ପରେ ତାର ବଡ ଦିଦିକୁ ସ୍ତ୍ରୀ ଭାବରେ ରଖି ମାନସିକ ଶାରୀରିକ ନିର୍ୟାତନା ଦେଇ ବାରମ୍ବାର ଦୁଷ୍କର୍ମ କରୁଥିଲା ଏବଂ ପୀଡିତାକୁ ମଧ୍ୟ ଧମକ ଦେଇ ଦୁଷ୍କର୍ମ କରିଥିବା କଥା କହିଥିଲା । ଏହାପରେ ପୀଡିତାର ପରିବାର ରାଇକିଆ ଥାନାରେ ଏତଲା ଦେଇଥିଲେ। ପୁଲିସ ଏ ସଂକ୍ରାନ୍ତରେ ୬୧/୧୯ ମାମଲା ରୁଜ୍ଜୁ ସହ ଅଭିଯୁକ୍ତ ସୁନୀଲକୁ ଗିରଫ ପରେ ପୋସ୍କୋ ଆଇନ ଅନୁସାରେ ଅଭିଯୁକ୍ତକୁ କୋର୍ଟରେ ହାଜର କରାଇଥିଲା। ସେହି ମାମଲାରର ବିଚାର କରି ବିଚାରପତି ଉପୋରୋକ୍ତ ରାୟ ଶୁଣାଇଛନ୍ତି। ଏଥି ସହିତ ଏହି ମାମଲାରେ ପୀଡିତାର ପରିବାରକୁ ଆଇନସେବା ପ୍ରାଧିକରଣ ତରଫରୁ ୬ ଲକ୍ଷ ଟଙ୍କା କ୍ଷତି ପୂରଣ ରାଶି ଯୋଗାଇ ଦେବାଲାଗି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.