ବେହେରାଗୁଡା ଠାରେ ଡଃ ଆମ୍ବେଦକରଙ୍କ ୧୨୮ ତମ ଜନ୍ମ ଜୟନ୍ତୀ ସମାରୋହ 

କୋକସରା/ଧର୍ମଗଡ,୨୭/୦୪ : କଳାହାଣ୍ଡି ଜ଼ିଲ୍ଲା ଧର୍ମଗଡ ବ୍ଲକ ଅନ୍ତର୍ଗତ ବେହେରାଗୁଡା ଠାରେ ଆଜି (ଶନିବାର) ସାମ୍ବିଧାନିକ ଭାରତର ରାଷ୍ଟ୍ରପିତା, ପ୍ରଥମ ଆଇନ ମନ୍ତ୍ରୀ, ମହାନ ଶିକ୍ଷାବିତ୍, ବହୁଜନ ସମାଜର ତ୍ରାଣକାର୍ତ୍ତ, ଭାରତ ରତ୍ନ, ବିଶ୍ଵରତ୍ନ , ବୋଧିସତ୍ତ୍ୱ ଡ଼ଃ. ବାବାସାହେବ ଆମ୍ବେଦକରଙ୍କର ଜନ୍ମ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ପ୍ରଥମେ ବାବାସାହେବ ଆମ୍ବେଦକରଙ୍କର ଫୋଟୋ ଚିତ୍ରରେ ମାଲ୍ୟାର୍ପଣ କରାଯାଇ ଭଗବାନ ବୁଦ୍ଧଙ୍କ ତ୍ରି ଶରନଂ ଗାନ କରାଯାଇ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଶିକ୍ଷାବିତ୍ ଅଭିମନ୍ୟୁ ନାଏକଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସତ୍ୟବାନ ନାଏକ ଯୋଗଦେଇ ଥିବା ବେଳେ ମୁଖ୍ୟ ବକ୍ତା ଭାବେ ଯୁଗେଶ୍ବର ସାଗର ଯୋଗଦେଇ ନିଜ ବକ୍ତାରେ ବାବାସାହେବ ଆମ୍ବେଦକର ବହୁଜନ ସମାଜ ପାଇଁ ତଥା ଏସସି, ଏସଟି ଓ ଓବିସି ସମାଜ ପାଇଁ ତାଙ୍କର କ’ଣ ଅବଦାନ ଥିଲା ସେ ବିଷୟରେ ନିଜ ବକ୍ତବ୍ୟରେ କହିଥିଲେ । ସମ୍ମାନିତ ଅତିଥି ଭାବେ ସାମନ୍ତ ଦୁର୍ଗା, ରାମ ସେନାପତି, ମୁନିଆ ସିପିକା, ଚକ୍ର ପ୍ରଧାନ, ବଂକିମ ସାଗର ଯୋଗଦେଇ ଥିଲେ । ଏହି ସମାରୋହ ରେ ଢଗ ନାଏକ, ଧନଞ୍ଜୟ ଦୀପ, ପିଣ୍ଟୁ ସେଠି, ଲଷ୍ମୀଧର ସାଗର, ଅଶେଶ୍ୱର ଦୁର୍ଗା ସମେତ ବହୁ ସଂଖ୍ୟା ରେ ମାନ୍ୟଗନ୍ୟ ବ୍ୟକ୍ତି ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମରେ ଟଙ୍କଧର ତାଣ୍ଡି ମଞ୍ଚ ପରିଚାଳନା କରିଥିବା ବେଳେ ଶେଷରେ ବିନୋଦ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ। ହିତେଶ ମଙ୍ଗରାଜ, କ୍ଷୀରସିନ୍ଧୁ ମେହେର ସମେତ ବହୁ ଗ୍ରାମବାସୀ ସହଯୋଗ କରିଥିଲେ ।

Udyog Nursery
Udyogi Nursery
Report by : Hiranya Behera & Labani Rout, Correspondent, odiabarta.in

ହ୍ଵାଟ୍ସଆପରେ ଲେଟେଷ୍ଟ ନ୍ୟୁଜ୍ ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.