ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡ଼ ସ୍ଵୟଂ ଶାସିତ ମହାବିଦ୍ୟାଳୟ ପ୍ରାଙ୍ଗଣରେ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ “କେଲଡେସ୍କପ” ଅନୁଷ୍ଠିତ ହୋଇଯାଇଅଛି। ଏହି ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ପ୍ରସନ୍ନ କୁମାର ଗନ୍ତାୟତଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ତଥା ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା, ବରିଷ୍ଠ ଅତିଥି ପ୍ର. ଗୀତାଞ୍ଜଳୀ ଦାସ, ଉପକୁଳପତି, ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ, ବିଶେଷ ସମ୍ମାନୀୟ ଅତିଥି ଶ୍ରୀମତୀ ଅନୁସୁୟା ମାଝୀ, ଅଧ୍ୟକ୍ଷା ଉନ୍ନୟନ ପରିଷଦ, ରାୟଗଡା, ସମ୍ମାନୀୟ ଅତିଥି ସପ୍ତଗିରି ଶଙ୍କର ଉଲ୍ଲାକା, ମାନ୍ୟବର ଲୋକ ସଭା ସାଂସଦ,କୋରାପୁଟ, ଓ ଅନ୍ୟତମ ଅତିଥି ମକରନ୍ଦ ମୁଦୁଲି, ବିଧାୟକ ରାୟଗଡଙ୍କ ସମେତ ଅନ୍ୟତମ ଅତିଥି ସମ୍ମାନୀୟ ସୁଶ୍ରୀ ସରସ୍ୱତୀ ମାଝୀ, ଅଧ୍ୟକ୍ଷା ଜିଲ୍ଲା ପରିଷଦ ରାୟଗଡ, ସମ୍ମାନୀୟ ଅତିଥି ଏନ୍. ଭାସ୍କର ରାଓ, ପୂର୍ବତନ ରାଜ୍ୟସଭା ସାଂସଦ, ତଥା ମାନନୀୟ ଅତିଥି ଶ୍ରୀ ସୋମନାଥ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ , ରାୟଗଡ ଆତିଥ୍ୟରେ ମଞ୍ଚାଶିନ ହୋଇ ରାୟଗଡ଼ ସ୍ଵୟଂ ଶାସିତ ମହାବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଶିକ୍ଷାର୍ଜନ ଗୁରୁତ୍ଵ ସମ୍ପର୍କରେ ଆଲୋଚନା କରିଥିଲେ ଏବଂ ବିଭିନ୍ନ ପ୍ରତିଯୋଗୀତାରେ ଭାଗ ନେଇଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ ସହ କାର୍ଯ୍ୟକ୍ରମଟି ଶୃଙ୍ଖଳାର ସହ ପରିଚାଳିତ ହୋଇଥିଲା। ରାୟଗଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ନିମନ୍ତେ ଆବଶକ୍ୟ ପଡୁଥିବା ହଷ୍ଟେଲ ନିର୍ମାଣ ପାଇଁ ମନ୍ତ୍ରୀ ଶ୍ରୀ ସାରକା ତିନି କୋଟି ନବେ ଲକ୍ଷ ଟଙ୍କା ପ୍ରଦାନ ପାଇଁ ଘୋଷଣା କରିଥିବା ବେଳେ ମହାବିଦ୍ୟାଳୟରେ ନୂତନ ପାଠ୍ୟ କ୍ରମ ପିଜି ଆଂଥ୍ରୋପୋଲୋଜି ନିମନ୍ତେ କୁଳପତିଙ୍କୁ ନିବେଦନ କରିଥିଲେ. ସେହିପରି ଲୋକସଭା ସାଂସଦ ଶ୍ରୀ ଉଲାକା ରାୟଗଡା ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ୱ ବିଦ୍ୟାଳୟ ରେ ପରିଣତ କରିବା ପାଇଁ ନିବେଦନ କରିଥିବା ବେଳେ ପୂର୍ଵତନ ରାଜ୍ୟସଭା ସାଂସଦ ଶ୍ରୀ ରାଓ କଲେଜ ପାଇଁ ଅଧିକ ପାଞ୍ଚରୁ ଦଶ ଏକର ଜାଗା ଯୋଗେଇ ଦେବା ପାଇଁ ପ୍ରଶାସନ କୁ କହିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଛାତ୍ର ସଂସଦର ମୁଖ୍ୟ ଉପଦେଷ୍ଟା ଶ୍ରୀମତୀ ବବିଲତା ଶ୍ରଫ ମହାବିଦ୍ୟାଳୟର ବାର୍ଷିକ ଚିଠା ପାଠ କରିବା ସହ ଅଧ୍ୟାପକ ଶ୍ରୀନିବାସ ଆଚାରି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଓ ଅଧ୍ୟାପକ ଉଦୟ ନାୟକ ମଞ୍ଚାସିନ ରହି କାର୍ଯ୍ୟକ୍ରମ କୁ ସୁଚାରୁ ରୂପେ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମର ଶେଷ ଭାଗରେ ଛାତ୍ର ଛାତ୍ରୀଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ଅଧ୍ୟାପକ, ଅଧ୍ୟାପିକା ସହ ବରିଷ୍ଠ ବ୍ୟକିତ୍ୱ ମାନେ ମଧ୍ୟ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.