ଶିକାରୀ ଗିରଫ, ଦେଶୀ ବନ୍ଧୁକ ସହ ବିଭିନ୍ନ ସାମଗ୍ରୀ ଜବତ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ରେଞ୍ଜ ଅଧିନସ୍ତ କରଡା ସଂରକ୍ଷିତ ଜଙ୍ଗଲର ମଙ୍ଗଳପୁର ନିକଟରେ ଶିକାର ପାଇଁ ତିନିଜଣ ଯାଉଥିବା ସମୟରେ ବନବିଭାଗ କର୍ମଚାରୀ ମାନେ ଖବର ପାଇ ଛକି ରହିଥିବା ବେଳେ ରବିବାର ସକାଳୁ ମୁଖ୍ୟ ଶିକାରୀ ମଙ୍ଗଳପୁର ଗ୍ରାମର ସଂଜୟ ପ୍ରଧାନକୁ କାବୁ କରିବା ରେ ସକ୍ଷମ ହୋଇଥିବା ବେଳେ ଦୁଇ ସାଥୀ ଖସି ପଳାଇ ଥିଲେ। ଗିରଫ ଶିକାରୀ ଠାରୁ ଦେଶି ବନ୍ଧୁକ ସହ ଛେରା ଗୁଳି,ବାରୁଦ ଜବତ କରିଥିବା ବନ ବିଭାଗ ସୂଚନା ଦେଇଛି । ଜଙ୍ଗଲ ରେ ନିଆଁ ଲଗାଇ ବନ୍ୟଜନ୍ତୁ ଶିକାର କରୁଛନ୍ତି। ଏମାନେ ବାରହା ସନ୍ଧାନ ରେ ଯାଇ ଶିକାର କରିଥାନ୍ତେ। ଖସି ପଳାଇ ଥିବା ଦୁଇ ଜଣକୁ ମଧ୍ୟ ଖୁବ ଶିଘ୍ର ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି ରାଇକିଆ ରେଞ୍ଜର ମାଣିକେଶ୍ଵରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.