ଝଂଜାବତୀ ମହିଳା ୱାକର୍ସ କ୍ଳବ ପକ୍ଷରୁ ରକ୍ତଦାନ ଶିବିର

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଝଂଜାବତୀ ମହିଳା ୱାକର୍ସ କ୍ଳବ ରାୟଗଡାର ସଭାପତି ୱାକର୍ସ ଅରୁଣା ବେହେରାଙ୍କ ତତ୍ୱାବଧାନରେ ଆଜି ଏକ ରକ୍ତଦାନ ଶିିବିର ଅନୁଷ୍ଠିତ ହୋଇଥିଲା । କୃଷି କାର୍ଯ୍ୟାଳୟ ନିକଟସ୍ଥ କମ୍ୟୁନିଟି ହଲ୍ ଠାରେ ଆୟୋଜିତ ଏହି ରକ୍ତଦାନ ଶିବିରରେ ଝଂଜାବତୀ ମହିଳା ୱାକର୍ସ କ୍ଳବର ୧୦ଜଣ ମହିଳା ସଦସ୍ୟାଙ୍କ ସମେତ ଅନ୍ୟମାନେ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ଶିବିରରେ ୩୦ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବା ବେଳେ ଏହି ଶିବିରରେ ଜିଲ୍ଳା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଶ୍ରୀମତି ଅନୁସୂୟା ମାଝି, ରାୟଗଡା ପୈାର ଉପାଧ୍ୟକ୍ଷା ଶ୍ରୀମତି ଶୁଭ୍ରା ପଣ୍ଡାଙ୍କ ସମେତ ୱାକର୍ସ କ୍ଳବର ମୁଖ୍ୟ ସଂଯୋଜକ ସତ୍ୟବାଦୀ ପତି ପ୍ରମୁଖ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସଂପାଦିକା ରଶ୍ମିତା ପଣ୍ଡାଙ୍କ ସମେତ ଅନ୍ୟ ସଭ୍ୟାମାନେ ଯୋଗ ଦେଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.