ସାହାସୀକତାର ଅନ୍ୟନାମ ଖୁସବୋ ସୁନ୍ଦର

ନିକଟରେ ଜାତୀୟ ମହିଳା କମିଶନର ସଦସ୍ୟ ଭାବେ ମନୋନିତ ହୋଇଥିବା ବିଜେପି ନେତ୍ରୀ ଖୁସବୋ ସୁନ୍ଦର ତାଙ୍କ ବାପାଙ୍କ ବିରୋଧରେ ଆଣିଛନ୍ତି ଯୌନ ନିର୍ଯାତନା ଅଭିଯୋଗ। ତାଙ୍କ ବାପାଙ୍କ ଦ୍ୱାରା ସେ ବାରମ୍ବାର ଅସଦାଚରଣର ଶିକାର ହୋଇଛନ୍ତି। ଏହି କଥା ପ୍ରକାଶ କରିବାକୁ ସେ ଲଜ୍ଜିତ ନୁହନ୍ତି ବୋଲି କହିଛନ୍ତି। ସେ କହିଛନ୍ତି ଯେ, ମୁଁ କୌଣସି ଆଶ୍ଚର୍ଯ୍ୟଜନକ ବିବୃତ୍ତି ଦେଇ ନାହିଁ। ମୁଁ ଭାବୁଛି ମୋତେ ଲାଗୁଛି ଯେ ଦୋଷୀ ଏଥିପାଇଁ ଲଜ୍ଜିତ ହେବା ଉଚିତ। ସେ କହିଛନ୍ତି ମୁଁ ଚାହୁଁଛନ୍ତି ଯେ ମହିଳାମାନେ ସେମାନଙ୍କ ସହ କ’ଣ ହେଉଛି ସେ ବିଷୟରେ ଆଲୋଚନା କରନ୍ତୁ। ମୁଁ ଭାବୁଛି ମୋତେ ଏହି ବାର୍ତ୍ତା ଦେବା ଆବଶ୍ୟକ ଯେ ତୁମେ ଶକ୍ତିଶାଳୀ ହେବା ଉଚିତ ଏବଂ ନିଜ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ। କୌଣସି କ୍ଷେତ୍ରରେ ନିଜ ମନରେ ହୀନମନ୍ୟତା ଆଣିବାକୁ ଦିଅନ୍ତୁ ନାହିଁ। ମୁଁ ଭାବୁଛି ମହିଳାମାନେ ଏ ବିଷୟରେ କହିବା ଆବଶ୍ୟକ ଏବଂ ସେମାନେ ଜଣାନ୍ତୁ ଯେ ଏହା ମୋ ସହିତ ଘଟିଛି ଏବଂ ଯାହା ହେଉନା କାହିଁକି ମୁଁ ମୋର ଯାତ୍ରା ଜାରି ରଖିବି। ନିକଟରେ ଜୟପୁରରେ ମୋଜୋ ଷ୍ଟୋରୀ ପାଇଁ ବରିଷ୍ଠ ସାମ୍ବାଦିକା ବରଖା ଦତ୍ତଙ୍କୁ ସାକ୍ଷାତକାର ଦେବା ବେଳେ ସେ କହିଛନ୍ତି ଯେ ମୋ ବାପା ମୋ ମା’ଙ୍କୁ ସବୁବେଳେ ମାଡ଼ ମାରୁଥିଲେ। ମୁଁ ୮ବର୍ଷର ହୋଇଥିବା ବେଳେ ମୋତେ ମାଡ ମାରିବା ସହ ଯୌନ ଶୋଷଣ କରିବା ଆରମ୍ଭ କରିଥିଲେ। ମୋ ବାପା ମୋତେ ଓ ମୋ ମା’ଙ୍କୁ ମାଡ ମାରିବା, ମୋ ସହ ଯୌନ ଶୋଷଣ କରିବାକୁ ତାଙ୍କ ଜନ୍ମଗତ ଅଧିକାର ବୋଲି ଭାବି ନେଇଥିଲେ। ବାପା ଏତେ ମାଡ଼ ମାରୁଥିଲେ ବି ମୋ ମା’ କିଛି କହୁନଥିଲେ। ତାଙ୍କ ପାଇଁ ସ୍ବାମୀ ହିଁ ଦେବତା ସମାନ ଥିଲେ। ସେଥିପାଇଁ ମୁଁ ତାଙ୍କୁ କିଛି କହିବାକୁ ଡରୁଥିଲି। ୧୫ବର୍ଷ ବୟସରେ ମୁଁ ମୁହଁ ଖୋଲିବାରୁ ପିତା ପରିବାରକୁ ବେସାହାରା କରି ଛାଡି ଚାଲିଯାଇଥିଲେ। ସେ କହିଥିଲେ, ସବୁଠାରୁ କଷ୍ଟକର ବିଷୟ ଯାହା ମୋତେ ଦୀର୍ଘ ଦିନ ଧରି ବ୍ୟଥିତ କରିଛି, ଯାହା ମୁଁ ଭୁଲି ପାରିବି ନାହିଁ, କ୍ଷମା କରିବି ନାହିଁ। କିନ୍ତୁ ଏହାକୁ ପଛରେ ଛାଡି ଆଗକୁ ବଢ଼ିବି। ମୋ ପିଲାଦିନରେ ମୋ ପିତାଙ୍କ ଦ୍ୱାରା ହୋଇଥିବା ଯୌନ ଶୋଷଣ ମତେ ମାନସିକସ୍ତରରେ ଆଘାତ ଦେଇଛି। ଯେତେବେଳେ ଏକ ଶିଶୁ ଯୌନ ଶୋଷଣର ଶିକାର ହୁଏ, ଏହା ତାଙ୍କୁ ସାରା ଜୀବନ କଷ୍ଟ ଦେଇଥାଏ। ସେ କହିଛନ୍ତି ଯେ ସେ ଗର୍ବିତ ଯେ ସେ ତାଙ୍କ ପିତାଙ୍କ ବିରୁଦ୍ଧରେ ଠିଆ ହୋଇଥିଲେ। କାରଣ ଯଦି ସେ ପରିବାରରେ ରହିଥାନ୍ତେ, ତେବେ ସେ ଏ ପର୍ଯ୍ୟନ୍ତ ଆସି ପାରି ନ ଥାନ୍ତେ। ମୁଁ ମଧ୍ୟ ଦୁନିଆ ସହ ଅତି ସହଜରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବି ବୋଲି ସେ କହିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏଠାରେ ପ୍ରକାଶଯୋଗ୍ୟ ଯେ, ୨୦୦୨ ଗୁଜରାଟ ଦଙ୍ଗା ସମୟରେ ବିଲକିସ୍ ବାନୋଙ୍କ ସହ ଦୁଷ୍କର୍ମ ମାମଲାରେ ସଜା କାଟୁଥିବା ୧୧ଜଣ କଏଦିଙ୍କୁ ୨୦୨୨ ଅଗଷ୍ଟ ମାସରେ ମୁକ୍ତ କରି ଦେଇଥିଲେ ଗୁଜରାଟ ସରକାର। ଏହାକୁ ନେଇ ବିରୋଧି ଦଳ ସରକାରଙ୍କ ଉପରେ ଯୋର୍ ବର୍ଷିଥିବା ବେଳେ ବିଜେପିରେ ରହି ମଧ୍ୟ ଖୁସବୁ କହିଥିଲେ – ସେହି ଜଣେ ମହିଳା ଯାହାଙ୍କ ସହ ବଳାତ୍କାର ହେଲା, ମାରପିଟ୍ କରାଗଲା, କ୍ରୁରତା ସବୁ ସୀମା ଉଲଂଘନ ହେଲା ସେହି ମହିଳାଙ୍କୁ ନ୍ୟାୟ ମିଳିବା ଉଚିତ୍‌। ଯେଉଁ ପୁରୁଷ ଏମିତି ନିର୍ମମ କାଣ୍ଡରେ ସାମିଲ୍ ତାଙ୍କୁ ମୁକ୍ତ କରାଯିବା ଉଚିତ୍ ନୁହେଁ। ଯଦି ଏମିତି ହେଉଛି, ତେବେ ଏହା ମାନବ ଜାତି ଏବଂ ନାରୀତ୍ବ ପ୍ରତି ଅପମାନ। ବିଲକିସ୍ ବାନୋଙ୍କୁ ରାଜନୀତି ଏବଂ ବିଚାରଧାରାରୁ ଉର୍ଦ୍ଧ୍ବରେ ଉଠି ସମର୍ଥନ କରାଯିବାର ଆବଶ୍ୟକତା ରହିଥିବା ବିଜେପି ନେତ୍ରୀ ଖୁସବୁ ସୁନ୍ଦର କହିଥିଲେ। ତେବେ ମୁମ୍ବାଇରେ ଜନ୍ମିତ ଖୁସବୁ ସୁନ୍ଦର ଜଣେ ଅଭିନେତ୍ରୀ, ଚଳଚ୍ଚିତ୍ର ନିର୍ମାତା ଏବଂ ଟେଲିଭିଜନ ଉପସ୍ଥାପିକା। ହିନ୍ଦୀ ଚଳଚ୍ଚିତ୍ରରେ ଶିଶୁ କଳାକାର ଭାବରେ କ୍ୟାରିଅର୍ ଆରମ୍ଭ କରିଥିଲେ ଖୁସବୁ। ସେ ୨୦୧୦ରେ ଡିଏମକେରେ ଯୋଗ ଦେଇ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। କିନ୍ତୁ ପରେ କଂଗ୍ରେସକୁ ଯାଇ ଦଳର ମୁଖପାତ୍ର ହୋଇଥିଲେ। ଶେଷରେ ସେ ବିଜେପିରେ ଯୋଗ ଦେଇ ୨୦୨୧ ତାମିଲନାଡୁ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ କିନ୍ତୁ ଡିଏମକେର ଏନ ଏଜିଲାନଙ୍କ ଦ୍ବାରା ପରାସ୍ତ ହୋଇଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.