ସଇଁତଲା ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ: ମାନଭଞ୍ଜନ ପାଣିଗ୍ରାହୀ ସଭାପତି, ଜପେଶ୍ବର ଯାନୀ ସମ୍ପାଦକ ଭାବେ ନିର୍ଦ୍ଵନ୍ଦରେ ନିର୍ବାଚିତ 

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବରିଷ୍ଟ ଆଇନଜୀବୀ ମାନଭଞ୍ଜନ ପାଣିଗ୍ରାହୀ ସଭାପତି, ଜପେଶ୍ୱର ଯାନୀ ସମ୍ପାଦକ, ଉପସଭାପତି ବିଶ୍ଵନାଥ ସୁଆର, ଯୁଗ୍ମ ସମ୍ପାଦକ ବେଦବ୍ୟାସ ଭୋଇ ଓ କୋଷାଧକ୍ଷ ଭାବେ ସୋମନାଥ ପ୍ରଧାନ ନିର୍ନ୍ଦନ୍ଦରେ ବିଜୟୀ ହୋଇଛନ୍ତି। ଏହି ସଂଘରେ କାର୍ଯ୍ୟକାରୀ ସଦସ୍ୟ ଆଇନଜୀବୀ ଜ୍ୟୋଷ୍ଣାରାଣୀ ବାଗ, କିଶୋର ଅଗ୍ରୱାଲ, ଦ୍ରୋପତି ପାତ୍ର, ମାନସ ରଞ୍ଜନ ପୃଷେଠ ନିର୍ନ୍ଦନ୍ଦ ନିର୍ବାଚିତ ହୋଇଛନ୍ତି। ବରିଷ୍ଠ ଆଇନଜୀବୀ ପ୍ରୀତିସାଗର ମହାନନ୍ଦ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ୱ ତୁଲାଇଥିଲେ। ଏହି ଅବସରରେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ସଇଁତଲା ବ୍ଲକ ଅଧ୍ୟକ୍ଷା ମୋନିକା ସିଂ ଭୋଇ, ବିଜେଡି ଜିଲ୍ଲା ଉପ ସଭାପତି ସୁରେନ୍ଦ୍ର ସାହୁ, ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ, ଓଡିଶା ସାମ୍ବାଦିକ ସଂଘ ଜିଲ୍ଲା ସଭାପତି ପ୍ରମୋଦ ସେଲମା, ସରପଞ୍ଚ ସଂଘ ସଭାନେତ୍ରୀ ଗୀତାଞ୍ଜଳୀ ପଣ୍ଡା, ପୂର୍ବତନ ଓକିଲ ସଂଘ ସଭାପତି ହିଜକ୍ଷ ତାଣ୍ଡି ଓ ସମାଜସେବ ମଦନଲାଲ ଅଗ୍ରୱାଲ ପ୍ରମୁଖ ସଂଘର ନୂତନ କର୍ମକର୍ତ୍ତାମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.