ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ତହସିଲ କାର୍ଯ୍ୟାଳୟ ଘେରାଉ

• ତହସିଲଦାରଙ୍କ ଜରିଆରେ ପ୍ରଧାନମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି : ଯୋଜନା ପରେ ଯୋଜନା ପ୍ରଣୟନ କରି ଚାଲିଛନ୍ତି ସରକାର କିନ୍ତୁ ତାହାର ସୁଫଳ ପାଇପାରୁନାହାନ୍ତି ବନବାସୀ। ପୁରୁଷ ପୁରୁଷ ଧରି ଜଙ୍ଗଲ ଜମି ଚାଷ କରି ଆସୁଥିଲେ ମଧ୍ୟ ପଟ୍ଟା ପ୍ରଦାନ ସମୟରେ ବନବାସୀଙ୍କୁ ସରକାରୀ ସ୍ତରରେ ଟାଳଟୁଳ ନୀତି ଓ ଅବହେଳା କରାଯାଉଛି। ଏହାକୁ ପ୍ରତିବାଦ କରି ଭବାନୀପାଟଣାରେ ବିକ୍ଷୋଭ ପ୍ରଦର୍ଶନ ସହ ତହସିଲ କାର୍ଯ୍ୟାଳୟ ଘେରାଉ କରିଛି  ଭାରତୀୟ କମ୍ୟୁନିଷ୍ଟ ପାର୍ଟି, କଳାହାଣ୍ଡି ଜିଲ୍ଲା ଶାଖା। ସୋମବାର ଦିନ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦାମୋଦର ବେହେରାଙ୍କ ନେତୃତ୍ବରେ ଶତାଧିକ ଲୋକେ ଏକତ୍ରିତ ହୋଇ ମାଣିକେଶ୍ୱରୀ ଛକ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ତହସିଲ କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ପ୍ରଧାନମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଭବାନୀପାଟଣା ତହସିଲଦାର ଉପେନ୍ଦ୍ର ଲୁହାଙ୍କ ଜରିଆରେ ଦାବି ପତ୍ର ପ୍ରଦାନ କରାଯାଇଥିଲା। ଯଥାଶୀଘ୍ର କେନ୍ଦ୍ର ଓ ରାଜ୍ୟ ସରକାର ଏହି ଦାବି ପୂରଣ ନ କଲେ ଆସନ୍ତା ଦିନରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ରାଜ୍ୟବ୍ୟାପୀ ଜେଲ ଭରୋ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏହି ଦାବୀପତ୍ର ପ୍ରଦାନ ସମୟରେ ସିପିଆଇ ଜିଲ୍ଲା ସହସମ୍ପାଦକ ଜଗଦୀଶ ଦୁର୍ଗା, ପୂର୍ବତନ ଜିଲ୍ଲା ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ, ଏଆଇଏସଏଫ ଜିଲ୍ଲା ସଭାପତି ରାଜାରାମ, ସିପିଆଇ ଜିଲ୍ଲାପରିଷଦ ସଭା ଚିନ୍ତାମଣି ମାଝୀଙ୍କ ସମେତ ଅନେକ ଲୋକ ଉପସ୍ଥିତ ରହିଥିଲେ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.