ଡକାୟତି ଯୋଜନା ହେଲା ପଣ୍ଡ: ୭ ଅଭିଯୁକ୍ତ ଗିରଫ, ମାରଣାସ୍ତ୍ର ଜବତ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ଏକ ବଡ଼ ଧରଣର ଡକାୟତି ପାଇଁ ଯୋଜନା କରୁଥିବା ବେଳେ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ ସହ ବନ୍ଧୁକ ଜବତ କରିବାରେ ସଫଳ ହୋଇଛି ଟିଟିଲାଗଡ ପୋଲିସ। ଏନେଇ ସୋମବାର ସନ୍ଧ୍ୟାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଅତିରିକ୍ତ ଏସପି ସୁରେଶ କୁମାର ନାୟକ।

Omkar Vasthu
Omkar Vasthu

ଗତ ୧୨ ରାତିରେ ସ୍ଥାନୀୟ ହାଇସ୍କୁଲ ଖେଳପଡିଆ ଠାରେ ୭ ଜଣ ଅଭିଯୁକ୍ତ ଏକତ୍ରିତ ହୋଇ ବଙ୍ଗୋମୁଣ୍ଡା ଅଞ୍ଚଳର ଏକ ବ୍ୟବସାୟୀଙ୍କ ଘରେ ଡକାୟତି କରିବା ପାଇଁ ଯୋଜନା ପ୍ରସ୍ତୁତି ଚଳାଇଥିବା ବେଳେ ବିଶ୍ଵସ୍ଥ ସୂତ୍ରରୁ ଖବର ପାଇ ଟିଟିଲାଗଡ଼ ପୋଲିସ ପେଟ୍ରୋଲିଙ୍ଗ ଟିମ୍ ସେମାନଙ୍କୁ ମାରଣାସ୍ତ୍ର ସହ ଗିରଫ କରିଥିଲା। ସମସ୍ତ ଅଭିଯୁକ୍ତଙ୍କ ନାରେ ପୂର୍ବରୁ ଟିଟିଲାଗଡ ଥାନାରେ ବିଭିନ୍ନ ଅପରାଧିକ ମାମଲା ରହିଥିବା ବେଳେ ବର୍ତ୍ତମାନ ସେମାନେ ଜାମିନରେ ଥିବା ସୂଚନା ମିଳିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ସ୍ଥାନୀୟ ହାଇସ୍କୁଲ ପଡ଼ାର କୈଳାଶ ଥପା (୨୧) , ନରେଶ ବାଗ (୨୨), ଟାଙ୍ଗରପଡ଼ାର ନିରାକାର ବାରିକ ଓରଫ ବ୍ରଜ(୨୩), ଶିରଭଟ୍ଟା ପଡ଼ାର ରବି ଗଉଡ (୧୯), ବ୍ଲକ ପଡ଼ାର ଏମ ଡି ଅଜୁ ଓରଫ ଛୋଟୁ (୨୪), ପୂର୍ତ୍ତ ବିଭାଗ କଲୋନୀର ସୁକାନ୍ତ କୁମାର ମିଶ୍ର ଏବଂ ଉଦେପୁର ଗ୍ରାମର ଖଗେଶ୍ବର ଦାସ ଓରଫ ଶମ୍ଭୁ(୨୪) ରହିଥିବା ଜଣାଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ପୋଲିସ ପକ୍ଷରୁ ଅତିରିକ୍ତ ଏସପି ସୁରେଶ କୁମାର ନାୟକ ସୂଚନା ଦେଇଛନ୍ତି।

Pearl dental clinic
Near Ashish Medical Store, Bhawanipatna

ଘଟଣାକୁ ନେଇ ଟିଟିଲାଗଡ ଥାନା କେସ ନଂ ୬୬/୨୦୨୩ ଦଫା ୩୯୯, ୪୦୨ ଆଈପିସି ୨୫/୨୮ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ ଟିଟିଲାଗଡ଼ କୋର୍ଟ କୁ ଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହୋଇଯିବାରୁ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଯାଇଛି। ଏହି ସାମ୍ବାଦିକ ସମ୍ବିଳନୀ ଥାନା ଆଇଆଇସି ରଞ୍ଜନ ବାରିହା ଉପସ୍ଥିତ ଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.