ବିଲଡିଂରୁ ଖସିପଡି ଏୟାର ହୋଷ୍ଟେସଙ୍କ ମୃତ୍ୟୁ, ପ୍ରେମିକଙ୍କୁ ଧରିଲା ପୁଲିସ

ଓଡ଼ିଆ ବାର୍ତ୍ତା/ ବେଙ୍ଗାଲୁରୁ: ପ୍ରେମିକଙ୍କ ସହ ଝଗଡା ପରେ ଏକ କୋଠାର ଚତୁର୍ଥ ମହଲାରୁ ଖସିପଡି ଯୁବତୀଙ୍କ ମୃତ୍ୟୁ ହୋଇଯାଇଛି । ପେସାରେ ଏୟାର ହୋଷ୍ଟେସ ଥିବା ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ତାଙ୍କ ପରିବାର ପ୍ରେମିକଙ୍କ ନାମରେ ହତ୍ୟା ଅଭିଯୋଗ ଆଣିଛନ୍ତି । ଏହି ଏୟାର ହୋଷ୍ଟେସଙ୍କ ନାମ ଅର୍ଚ୍ଚନା ଧିମାନ ହୋଇଥିବାବେଳେ ବେଙ୍ଗାଲୁରୁରେ ଏହି ଘଟଣା ଘଟିଛି । ଏହି ଘଟଣାରେ ପୋଲିସ ତାଙ୍କ ପ୍ରେମିକକୁ ଗିରଫ କରିଛି ଏବଂ ତାଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଛି । ରିପୋର୍ଟ ମୁତାବକ ଏୟାରହୋଷ୍ଟେସ ଜଣକ ଦୁବାଇରୁ ବେଙ୍ଗାଲୁରୁକୁ ତାଙ୍କ ପ୍ରେମିକଙ୍କୁ ଭେଟିବାକୁ ଆସିଥିଲେ। ପୋଲିସ କହିଛି ଯେ ଅର୍ଚ୍ଚନା ତାଙ୍କ ପ୍ରେମିକ ଆଦେଶଙ୍କ ସହ କୋରୋମଙ୍ଗାଲା ଅଞ୍ଚଳର ଏକ ଫ୍ଲାଟରେ ରହୁଥିଲେ। ଏକ କମ୍ପାନୀରେ କାମ କରିବା ସମୟରେ ଉଭୟଙ୍କର ସାକ୍ଷାତ ହୋଇଥିଲା । ସେବେଠାରୁ ଦୁହେଁ ଏକାଠି ରହୁଥିଲେ। ଗତ କିଛି ଦିନ ହେବ ଉଭୟଙ୍କ ମଧ୍ୟରେ ଲଗାତାର ଝଗଡା ହୋଇଥିଲା। ପଚରାଉଚରା ବେଳେ ଅର୍ଚ୍ଚନାଙ୍କ ପ୍ରେମିକା ଆଦେଶ ପୋଲିସକୁ କହିଛନ୍ତି ଯେ ଘଟଣା ପୂର୍ବରୁ ଦୁହେଁ ଏକାଠି ମଦ୍ୟପାନ କରିଥିଲେ। ଏହା ପରେ ଅର୍ଚ୍ଚନାଙ୍କ ପାଦ ଖସି ଯାଇଥିଲା ଯେଉଁଥିପାଇଁ ସେ ବାଲକୋନିରୁ ଖସିପଡିଥିଲେ । ତେବେ ପୋଲିସ ହତ୍ୟା ମାମଲା ରୁଜୁ କରି ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ବର୍ତ୍ତମାନ ପୋଲିସ ଅର୍ଚ୍ଚନାଙ୍କ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରିଛି। ଏ ସମ୍ପର୍କରେ ଡିସିପି ସି.କେ ବାବୁ କହିଛନ୍ତି ଯେ ବିଳମ୍ବିତ ରାତିରେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏହା ପରେ ଏୟାର ହୋଷ୍ଟେସ୍ ଆପାର୍ଟମେଣ୍ଟରୁ ଡେଇଁପଡିଥିଲେ। ସେ କହିଛନ୍ତି, “ଆମେ ଆପାର୍ଟମେଣ୍ଟ ଏବଂ ଏହାର ଆଖପାଖର ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛୁ’ ।

Omkar Vasthu
Omkar Vasthu

 

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.