କାଶିପୁର ବ୍ଲକରେ ପ୍ରବଳ କୁଆପଥର ବର୍ଷା, ବ୍ୟାପକ କ୍ଷୟକ୍ଷତି ଆଶଙ୍କା

ଓଡ଼ିଆ ବାର୍ତ୍ତା/ ରାୟଗଡା/ କାଶିପୁର (ଶିବ ନାରାୟଣ ଗୈାଡ/ ଆଲାରାମ ଭାତ୍ରା): ରାୟଗଡ଼ା ଜିଲ୍ଲାର କାଶିପୁର ବ୍ଲକରେ ତାଣ୍ଡବ ରଚିଛି କୁଆପଥର ବର୍ଷା। ଘଡଘଡି ସହିତ ପ୍ରବଳ କୁଆ ପଥର ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଅନୁମାନ କରାଯାଉଛି। କୁଆପଥର ବର୍ଷା ଯୋଗୁଁ ରାସ୍ତା ଘାଟ ଗୁଡିକ ଧଳା ଚାଦରରେ ଢାଙ୍କି ହୋଇ ରହିଛି। କିଛି କିଛି ଯାଗାରେ ଦୃଶ୍ୟ କାଶ୍ମୀର ପରି ହୋଇଛି। ଯୁଆଡେ ଦେଖିବେ ସିଆଡେ କୁଆପଥର ଧଳା ଚାଦରର ଭ୍ରମ ସୃଷ୍ଟି କରିଛି। କାଶିପୁର ସଦର ମହକୁମା ସ୍ଥିତ ପଣସଗୁଡା ସାହିରେ ପବନ ଓ ବର୍ଷା ଯୋଗୁଁ ଅନେକ ଲୋକଙ୍କ ଘରର ଟିଣ ଛପର ଉଡିଯାଇଛି। କେତେକଙ୍କ ଘରେ ବର୍ଷା ପାଣି ପଶିଯିବାରୁ ବହୁ ଖାଦ୍ୟ ସାମଗ୍ରୀ ନଷ୍ଟ ହୋଇଯାଇଥିବା ଗ୍ରାମବାସି ଅଭିଯୋଗ କରିଛନ୍ତି।

Omkar Vasthu
Omkar Vasthu

ଉପରକଜ୍ଜାଂକଣା ଗ୍ରାମର ମହିଳାମାନେ ଝରଣାକୁ ପାଣି ଆଣିବାକୁ ଯାଇଥିବା ସମୟରେ ହଠାତ କୁଆ ପଥର ବର୍ଷା ଯୋଗୁଁ ୩ ମହିଳା ଆହାତ ହୋଇଥିବା ଜଣାପଡିଛି। ଆହାତ ମହିଳାମାନଙ୍କୁ ଗ୍ରାମବାସିମାନେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କାଶିପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ସେହିପରି ଅନେକ ଗ୍ରାମରେ ବ୍ୟାପକ କ୍ଷୟ କ୍ଷତି ହେବା ସହ ବଡ ବଡ ଗଛ ଭାଙ୍ଗି ପଡିଛି। ଏନେଇ କାଶୀପୁର ତହସିଲଦାର ଶରତ ଶବରଙ୍କୁ ଯୋଗାଯୋଗ କରିବାରୁ ସ୍ଥିତିର ଅନୁଧ୍ୟାନ କରାଯାଉଥିବା ସୂଚନା ଦେଇଛନ୍ତି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.