ପର୍ଯ୍ୟଟନ ସ୍ଥଳୀ ଡୋକରୀ ଚଞ୍ଚରାରେ ସଫେଇ କାର୍ଯ୍ୟ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ସାହାଜଖୋଲ ଜଙ୍ଗଲ ମଧ୍ୟରେ ଥିବା ପର୍ଯ୍ୟଟନସ୍ଥଳୀ ଗୁଡହାଣ୍ଡି ଡୋକରୀଚଞ୍ଚରାରେ ଶୁକବାର ସଫେଇ କାର୍ଯ୍ୟ ଅନୁଷ୍ଠିତ ହୋଇଯାଛି। ଏହି ପର୍ଯ୍ୟଟନସ୍ଥଳୀରେ ଆଗାମୀ ୨୯ ତାରିଖରୁ ରାମନବମୀ ଓ ଗୁଡହାଣ୍ଡି ମହୋତ୍ସବ ଆରମ୍ଭ ହେବ। ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଲୋକଙ୍କ ସୁଅ ଛୁଟିବ। ଏହାକୁ ଦୃଷ୍ଟିରେ ରଖି କୋକସରା ବ୍ଳକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ବରାଡଙ୍ଗା ସମିତି ସଭ୍ୟ ଗୁପ୍ତେଶ୍ୱର ବାଗ ଓ ସୋନୁ କୁମାର ଅଗ୍ରୱାଲଙ୍କ ସହଯୋଗରେ ସଫେଇ କାର୍ଯ୍ୟ ଅନୁଷ୍ଠିତ ହୋଇଛି। ସିଉନୀ ଯୁବ କ୍ରିୟାନୁଷ୍ଠାନ କମିଟି ସଭାପତି ଭୁବନେଶ୍ୱର ଦିଶାରୀ, ନେହେରୁ ଯୁବକ ସଂଘ ବଙ୍ଗୋମୁଣ୍ଡା ସଭାପତି ତୁଲସୀରାମ ପୁଝାରୀଙ୍କ ନେତୃତ୍ବରେ ପାତ୍ରବସା ରାଜୀବ ଯୁବ କେନ୍ଦ୍ର ସମେତ ବିଭିନ୍ନ ଯୁବକ ସଂଘର କର୍ମକର୍ତ୍ତା ମାନେ ସାମିଲ ହୋଇ ପର୍ଯ୍ୟଟନ ସ୍ଥଳୀ ଗୁଡହାଣ୍ଡି ଡୋକରୀ ଚଞ୍ଚରାର ବିଭିନ୍ନ ସ୍ଥାନରେ ପଡ଼ି ରହିଥିବା ଅଲିଆ ଆବର୍ଜନା ସଫା କରିଥିଲେ। ଏଥି ସହିତ ପର୍ଯ୍ୟଟନ ସ୍ଥଳୀରେ ଯେଉଁ ଭଲି ଭାବରେ ଏଣେତେଣେ ଅଲିଆ ଆବର୍ଜନା ପଡ଼ି ନ ରହିବ ସେନେଇ ଲୋକ ମାନଙ୍କୁ ସଚେତନ ସୃଷ୍ଟି କରିଛନ୍ତି। ସିଉନୀ ଯୁବ କ୍ରିୟାନୁଷ୍ଠାନ କମିଟିର ସମ୍ପାଦକ ଖଗେଶ୍ବର ନାଏକ, ବଙ୍ଗୋମୁଣ୍ଡା ନେହେରୁ ଯୁବ ସଂଘର ସମ୍ପାଦକ ଭୁପେନ୍ଦ୍ର ପୁଝାରୀ, କୋକସରା ବ୍ଲକ ରାଷ୍ଟ୍ରୀୟ ସ୍ବଚ୍ଛାସେବୀ ଦୃମାଣ୍ୟ ଶବର, ବିରେନ୍ଦ୍ର ମାଝୀ, ଦିପକ ରାଉତ, ବସନ୍ତ ଦିଶାରୀ, ଦିନେଶ ପୁଝାରୀ, ତ୍ରିନାଥ ପୁଝାରୀ, ଡିଙ୍ଗର ବଚ୍ଛା, ପରେଶ ପୁଝାରୀ, ଭୋଲାନାଥ ପୁଝାରୀ, ଡିଙ୍ଗର ବାଗ, ପ୍ରଦୀପ ପୁଝାରୀ, ହେମନ୍ତ ସୁନା, ଏକାଙ୍କ ଦୁର୍ଗା ପ୍ରମୁଖ ସ୍ବେଚ୍ଛାକୃତ ଭାବେ ସଫେଇ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.