୨୫ ମାର୍ଚ୍ଚ ରାଜଧାନୀରେ ବିଶାଳ ଜନଜାତି ସମାବେଶ; ନର୍ଲାରୁ ଗଲେ ୫୦୦ ଆଦିବାସୀ 

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ଏକ ଜନଜାତି ବହୁଳ ଅଞ୍ଚଳ ଅଟେ । ଏଠାକାର ମୂଳ ଅଧିବାସୀ ହେଉଛନ୍ତି ଜନଜାତି ସମ୍ପ୍ରଦାୟ । ରାଜ୍ୟ ସରକାର ମାର୍ଚ୍ଚ ୨୫ ରେ ରାଜଧାନୀରେ କରୁଛନ୍ତି ଜନଜାତି ସମାବେଶ । ଗତ ଫେବୃୟାରୀରେ ରାଜଧାନୀରେ ଆଦିବାସୀ ସମାବେଶ ଅନୁଷ୍ଠିତ ହୋଇଥିଲା । ସେଥିରେ କଳାହାଣ୍ଡିର ୨୦ ଜଣଙ୍କ ମଧ୍ୟରୁ ନର୍ଲା ଅଞ୍ଚଳରୁ ବୈଦ୍ୟରାଜ ପବିତ୍ର ମୋହନ ଶବର ସମାଜସେବା କ୍ଷେତ୍ରରେ, କଳାକାର ଭାବରେ ସଦନ ପ୍ରଗଣିଆ ଓ ଆଦିବାସୀ ସମ୍ପ୍ରଦାୟର ଯୁବ ଶିକ୍ଷକ କ୍ଷୀତିଶ ଚନ୍ଦ୍ର ମାଝୀ ଆଦିବାସୀ ପ୍ରତିଭା ସମ୍ମାନରେ ସମ୍ମାନୀତ ହୋଇଥିଲେ । ମାର୍ଚ୍ଚ ୨୫ ଶନିବାର ରାଜଧାନୀରେ ଅନୁଷ୍ଠିତ ହୋଉଥିବା ଜନଜାତି ସମାବେଶରେ ଯୋଗଦାନ କରିବା ପାଇଁ ଶୁକ୍ରବାର ନର୍ଲାରୋଡ ରେଳ ଷ୍ଟେସନରୁ ଜଗଦଲପୁର- ଭୂବନେଶ୍ୱର ସ୍ୱତନ୍ତ୍ର ଟ୍ରେନ ଯୋଗେ ରାତି ୮ ଟା ବେଳେ ନର୍ଲା, ମ.ରାମପୁର ବ୍ଲକ ରୁ ୫୦୦ ରୁ ଉର୍ଦ୍ଧ୍ବ ଜନଜାତି ମହିଳା ଓ ପୁରୁଷ ଭୁବନେଶ୍ୱର ଯାତ୍ରା କରିଛନ୍ତି । ପ୍ରାନ୍ତ ଜନଜାତି ମଞ୍ଚ ବିଶେଷଜ୍ଞ ତଥା କନ୍ଧ ସଂସ୍କୃତି ଗବେଷକ ମେଦିନୀଧର ଜାନୀ, ବନବାସୀ କଲ୍ୟାଣ ସଂଘର ଜିଲ୍ଲା କାର୍ଯ୍ୟକାରିଣୀ ସଭାପତି ପର୍ଶୁରାମ ପଣ୍ଡା, ବନବାସୀ କଲ୍ୟାଣ ଆଶ୍ରମ ନର୍ଲା ବ୍ଲକ ସଂଯୋଜକ ରାଜିବ ଲୋଚନ ପୋଢ, ଜିଲ୍ଲା ବାଇଗା ଜନଜାତି ସଚେତକ ଓ ସଂଗଠକ ସଦନ ପ୍ରଗଣିଆ, ଘୋଡାବନ୍ଧ ଗ୍ରା.ପ. ଭାଜପା ସହପ୍ରମୁଖ କୁମୁଦ ଘିଭେଲା, ଜିଲ୍ଲା ସତସଙ୍ଗ ପ୍ରମୁଖ ଜମ୍ବେଶ୍ୱର ମାଝୀ, ବନବାସୀ କଲ୍ୟାଣ ଆଶ୍ରମର ମ.ରାମପୁର ଆଞ୍ଚଳିକ ସଭାପତି କୃଷ୍ଣ ପାତ୍ର, ଆଞ୍ଚଳିକ ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରଗତିକା ସାରଦା ମାଝୀ, ଲିଳାବତୀ ମାଝୀ, ନୃପତି ମାଝୀ, ସୀତା ମାଝୀ, ମମତା ଭୋଇ, ପାନ ପାତ୍ର, ଲୋକକଳା ପ୍ରମୁଖ ଦେବରାଜ ବଗର୍ତ୍ତି, ମହେନ୍ଦ୍ର ଘଡେଇ, ଟିକ୍ରି ମାଝୀ ପ୍ରମୁଖଙ୍କ ନେତୃତ୍ୱରେ ୫୦୦ ରୁ ଉର୍ଦ୍ଧ୍ୱ ଜନଜାତି ବ୍ୟକ୍ତି ରାଜଧାନୀ ସମାବେଶରେ ଯୋଗଦେବେ । କରୋନା ସମୟରୁ ଶୁନସାନ ପାଲଟିଥିବା ନର୍ଲାରୋଡ ରେଳ ଷ୍ଟେସନ ଜନଜାତି ସଦସ୍ୟଙ୍କ ଭିଡ ଯୋଗୁଁ ଲୋକାରଣ୍ୟ ପାଲଟିଥିଲା । ଭାରତର ସମ୍ବିଧାନ ଧାରା ୩୪୧ ଅନୁଯାୟୀ ଅନୁସୂଚିତ ଜାତିର ଲୋକମାନେ ଧର୍ମ ପରିବର୍ତ୍ତନ କରି ଖ୍ରୀଷ୍ଟିଆନ ବା ମୁସଲମାନ ହେଲେ ସେମାନଙ୍କୁ ମିଳୁଥିବା ଅନୁସୂଚିତ ଜାତି ସଂରକ୍ଷଣରୁ ବାଦ ଦିଆଯିବ ବୋଲି । ହେଲେ ଅନେକ ଧର୍ମାନ୍ତରିକରଣ ବ୍ୟକ୍ତି ସରକାରଙ୍କ ବିଭିନ୍ନ ଅଫିସରେ କାମ କରି ଜନଜାତି ପାଇଁ ରହିଥିବା ସରକାରଙ୍କ ସୁବିଧା ସୁଯୋଗ ଉପଭୋଗ କରିବା ସହିତ ଅନ୍ୟ ଧର୍ମରୁ ମଧ୍ୟ ଫାଇଦା ନେଉଛନ୍ତି । ଏଣୁ ୩୪୧ ଧାରା ନିୟମାନୁଯାୟୀ ସରକାର ସେହି ବହୁରୁପୀ ମାନଙ୍କୁ ଚିହ୍ନଟ କରନ୍ତୁ, ନକଲି ଆଦିବାସୀ ମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଦଣ୍ଡିତ କରନ୍ତୁ ତାହେଲେ ଜନଜାତି ସମ୍ପ୍ରଦାୟକୁ ନ୍ୟାୟ ମିଳିବ ଓ ସମ୍ବିଧାନର ୩୪୧ ଧାରା ନିୟମ ପ୍ରତି ମଧ୍ୟ ସମ୍ମାନ ରହିବ । ରାଜଧାନୀ ର ଜନଜାତି ସମାବେଶରେ ସରକାରଙ୍କ ପାଖରେ ଆମର ଏହା ମୁଖ୍ୟ ଦାବୀ ରହିବ ବୋଲି କନ୍ଧ ସଂସ୍କୃତି ଗବେଷକ ମେଦିନୀଧର ଜାନୀ ମତବ୍ୟକ୍ତ କରିବା ସହିତ ଏତେଦିନ ପରେ ସରକାର ଜନଜାତି ମାନଙ୍କୁ ନେଇ ସମାବେଶ କରି ସ୍ୱତନ୍ତ୍ର ବସ ଓ ଟ୍ରେନ ଯୋଗେ ଆମ୍ଭମାନଙ୍କୁ ରାଜଧାନୀ ସମାବେଶକୁ ନେଉଥିବାରୁ ଆମେ ବହୁତ ଖୁସି ବୋଲି ଶ୍ରୀ ଜାନୀ କହିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.