ମାଟିଆ ଗ୍ରାମରେ ସ୍ବଚ୍ଛତା କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କେସିଙ୍ଗା : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ମାଟିଆ ଗ୍ରାମରେ ସ୍ବଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଆନୁକୂଲ୍ୟରେ ଏବଂ ଆଦିଶକ୍ତି ସେବା ସାଂସ୍କୃତିକ ଅନୁଷ୍ଠାନ ମାଟିଆର ସହଯୋଗରେ ଗ୍ରାମ୍ୟ ରାସ୍ତାର ଦୁଇ ପାର୍ଶ୍ଵ, ନଳକୂପ ପରିସର, ଡ୍ରେନ ଏବଂ ବିଦ୍ୟାଳୟ ପରିସର ପ୍ରମୁଖ ସଫା କରାଯାଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ନେହେରୁ ଯୁବକେନ୍ଦ୍ର କଳାହାଣ୍ଡିର ପୂର୍ବତନ ଜାତୀୟ ଯୁବ ସ୍ବେଚ୍ଛାସେବୀ ମିଲନ କୁମାର ଭୋଇଙ୍କ ତତ୍ୱାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭବେ ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନର ସଦସ୍ୟ ଅସୀମ ଭୋଇଉପସ୍ଥିତ ଥିଲେ। ଆଦିଶକ୍ତି ସେବା ସାଂସ୍କୃତିକ ଅନୁଷ୍ଠାନ ଉପଦେଷ୍ଟା କମିଟିର ସଦସ୍ୟ ସାଧୁ ଚରଣ ଭୋଇ, କୈଳାସ ଚନ୍ଦ୍ର ମାଝୀ, କେତୁ ମାଝୀ ରମେଶ ଚନ୍ଦ୍ର ସୁନାନୀ, କାନ୍ତ ସୁନାନୀ, ମହେଶ୍ୱର ମାଝୀ, ସଭାପତି ଦୀପକ କୁମାର ଭୋଇ, କୋଷାଧ୍ୟକ୍ଷ ଉଜେନ୍ଦ୍ର ମାଝୀ, ଅଜିତ ଗଉଡ଼, ଲିଛ ଭୋଇ, ଚୂଡ଼ାମଣି ଭୋଇ, କୁଳମଣି ଗଉଡ଼, ପିଣ୍ଟୁ ଗଉଡ଼ ଏବଂ ଅନୁଷ୍ଠାନ ସମସ୍ତ ସଦସ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। 

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.