ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ଅଭିଯୋଗ

ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ଖଲ୍ଲିକୋଟ ଥାନା ଅନ୍ତର୍ଗତ ବାଁକୁଟୁଗାଁ ଗ୍ରାମର ଜଣେ ଯୁବକଙ୍କୁ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସଂଘବଦ୍ଧ ଭାବେ ଆକ୍ରମଣ କରି ଲହୁ ଲୁହାଣ କରିଥିବା ଅଭିଯୋଗ ହୋଇଛି l ସୂଚନା ଅନୁଯାୟୀ, ଖଲ୍ଲିକୋଟ ଥାନା ଭେଜିଫୁଟ ଫାଣ୍ଡି ଅନ୍ତର୍ଗତ ବାଁକୁଟୁଗାଁ ଗ୍ରାମର ଆଲୋକ ଓରଫ ଜୀବନ ସାହୁ (୩୦) ଓ ସେହି ଗ୍ରାମର କାଳିଆ ମଲ୍ଲିକ (୨୮)ଙ୍କ ମଧ୍ୟରେ ଗତ ପଂଚାୟତ ନିର୍ବାଚନ ଠାରୁ ଶତ୍ରୁତା ଲାଗି ରହିଥିଲା l ମଝିରେ ମଝିରେ ଉଭୟଙ୍କ ମଧ୍ୟରେ ଫୋନ ଯୋଗେ ଗାଲି ଓ ବଚସା ଲାଗି ରହିଥିଲା l ଗତ କଲି ଆଲୋକ ଓରଫ ଜୀବନ ସାହୁ ଚେନ୍ନାଇରୁ ଫେରି ଶୁକ୍ରବାର ଦିନ ଏକ ଲେବର ବ୍ୟବସାୟ ଆରମ୍ଭ କରିବା ଉଦ୍ଦେଶ୍ୟରେ ଲେବର ସଂଗ୍ରହ କରି ଯୋଗାଯୋଗ କରିବା ପାଇଁ ବାଗଲପୁର ଠାରୁ ନାରାୟଣୀ ରାସ୍ତାରେ ଯାଉଥିବା ବେଳେ ଡେବିଝର ଠାରୁ କାଳିଆ ମଲ୍ଲିକ ଓ ତାର ସାଙ୍ଗ ସାଥିମାନେ ଗାଧୋଇ ଫେରୁଥିବା ବେଳେ ଜଙ୍ଗଲିଆ ବଡ଼ପାଲି – ବାଁକୁଟୁଗାଁ ରାସ୍ତାରେ ଉଭୟ କାଳିଆ ଓ ଜୀବନଙ୍କ ମଧ୍ୟରେ ମୁହାଁମୁହିଁ ହେବା ସହ ଉଭୟଙ୍କ ମଧ୍ୟରେ ଉଚ୍ଚ ବଚସା ହେବା ସହ କାଳିଆ ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ଜୀବନକୁ ସଙ୍ଘବଧ ଭାବେ ଜୀବନର ଗୋଡ, ପେଟ ମୁଣ୍ଡ ଓ ଶରୀର ର ବିଭିନ୍ନ ଅଂଶକୁ ହାଣିପକାଇଥିଲା l ପରେ ଜୀବନକୁ ଲୋକମାନେ ଉଦ୍ଧାର କରି ଖଲ୍ଲିକୋଟ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ l ସେଠାରେ ପ୍ରଚୁର ରକ୍ତସ୍ରାବ ହୋଇ ଗୁରୁତର ହେବାରୁ ଏମକେସିଜିକୁ ସ୍ଥାନାନ୍ତର କରାଯାଇଥିଲା l ଏ ସମ୍ପର୍କରେ ଜୀବନର ମା ସବିତା ସାହୁ ଭେଜିଫୁଟ ଫାଣ୍ଡିରେ ଏକ ଏତଲା ଦାଖଲ ପରେ ପୋଲିସ ଘଟଣାର ତଦନ୍ତ କରି ଥାନା କେଶ ନମ୍ବର ୨୪୩/୨୩ ରେ ମକଦ୍ଦମା ରୁଜ୍ଜୁ କରିବା ସାହୁ ଆକ୍ରମଣରେ ସମ୍ପୃକ୍ତ ଥିବା ଆସାମୀମାନଙ୍କୁ ଧରିବା ପାଇଁ ଚଢ଼ାଉ ଜାରି ରଖିଥିବା ପ୍ରକାଶ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.