ରାଜ୍ୟସ୍ତରୀୟ ଆଟା ସମ୍ମିଳନୀ : ସମ୍ବର୍ଦ୍ଧିତ ହେଲେ ଟ୍ୱିଟର ଏକ୍ଟିଭିଷ୍ଟ ରାଜେଶ ଓ ସୁନୀଲ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ବର୍ଦ୍ଧମାନ ଜୈନ): ରାଜ୍ୟସ୍ତରୀୟ ଆଟା (ଏସୋସିଏସନ ଅଫ ଟ୍ୱିଟର ଏକ୍ଟିଭିଷ୍ଟସ୍) ସମ୍ମିଳନୀ ପୁରୀ ସଂସ୍କୃତ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୁରୀ ଜିଲ୍ଲାପାଳ, ସମ୍ମାନିତ ଅତିଥି ଭାବେ ରାଜ୍ୟ ବିଦ୍ୟୁତ୍ ବିଭାଗ ପୁରୀ ଜିଲ୍ଲା ମୁଖ୍ୟ ଏବଂ ଅନୁଷ୍ଠାନର ସଭାପତି ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ। ବିଭିନ୍ନ ଜିଲ୍ଲାରୁ ଆସିଥିବା ଜିଲ୍ଲା ସଂଯୋଜକ ଏବଂ ବ୍ଲକ ସଂଯୋଜକମାନଙ୍କ ସହିତ ଟ୍ୱିଟର ଜରିଆରେ ସରକାରଙ୍କ ବିଭିନ୍ନ ଯୋଜନାକୁ ସମସ୍ତ ଜନସାଧାରଣଙ୍କ ପାଖକୁ ପହଞ୍ଚାଇବା ସହିତ ତୃଣମୂଳ ସ୍ତରରୁ ମଜବୁତ କରିବା ପାଇଁ ସମସ୍ତଙ୍କୁ ରାଜ୍ୟ ସଭାପତି ଓ ଅତିଥିଗଣ ଆଲୋଚନା ଜରିଆରେ ବୁଝେଇ ଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତ ଗରିବ ଜନସାଧାରଣଙ୍କ ସମସ୍ୟାକୁ ନେଇ ଟ୍ୱିଟର ଜରିଆରେ ଜିଲ୍ଲା ପ୍ରଶାସନକୁ ଅବଗତ କରାଇବା ସହ ସମସ୍ୟାର ସମାଧାନ କରିବା ପାଇଁ କଳାହାଣ୍ଡି ଜିଲ୍ଲା ସଂଯୋଜକ ଭାବେ ରାଜେଶ ଗୌଡ଼ଙ୍କୁ ଦାୟିତ୍ଵ ଦେବା ସହ ମାନପତ୍ର ପ୍ରଦାନ କରିଥିଲେ ଏବଂ ବ୍ଲକ୍ ସଂଯୋଜକ ଭାବେ ବିଗତ ତିନି ମାସ ହେବ ଟ୍ୱିଟର ଜରିଆରେ କାର୍ଯ୍ୟ କରିଆସୁଥିବାରୁ ସୁନୀଲ କୁମାର ଗହୀରଙ୍କୁ ମଧ୍ଯ ଦାୟିତ୍ଵ ପ୍ରଦାନ କରିବା ସହ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.