ଚିକିଲିରେ ପଂଚୁ ଦଣ୍ଡ ମେଳଣ, ଆଧୁନିକ ନୃତ୍ୟ ସଂଗୀତରେ ଝୁମିଲେ ଦର୍ଶକ

ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ପାରମ୍ପରିକ ଦଣ୍ଡ ନାଚ ସମାପନ ପାଇଁ ବିଷୁବ ସଂକ୍ରାନ୍ତି ଆଉ ମାତ୍ର ଦୁଇଦିନ ବାକି ଥିବା ବେଳେ ଅଗ୍ନି ବର୍ଷି ଖରାରେ ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଚିକିଲି ଗ୍ରାମରେ ପଂଚୁ ଦଣ୍ଡ ମହାମିଳନ ଅନୁଷ୍ଠିତ ହୋଇଯାଇଛି l ଗଂଜାମ ଜିଲ୍ଲାର ନାମକରା ଦଣ୍ଡ ନାଚ ଭାବେ ପରିଚିତ ପୁରୁଷୋତ୍ତମପୁର ,ପଢ଼ାଲ ,କବିସୂର୍ଯ୍ୟନଗର ,ବାଣପୁର ଓ ଭଞ୍ଜନଗର ସ୍ତିତ ଦଣ୍ଡ ନାଚ ମାନଙ୍କ ମହାମିଳନ ଚିକିଲି ର ଚକା ଠାକୁର ଙ୍କ ପରିସର ରେ ଅନୁଷ୍ଠିତ ହୋଇଯାଇଛି l ଏହି ମହାମିଳନ ଦେଖିବା ପାଇଁ ଆଖପାଖ ଅଂଚଳରେ ପ୍ରାୟ ୨୦ ହଜାର ଭକ୍ତଙ୍କ ଭିଡ ଜମିଥିଲା l ପ୍ରଚଣ୍ଡ ରୌଦ୍ରତାପ ସତ୍ୱେ ଧୁଳିଆ ଦଣ୍ଡ ସାଙ୍ଗକୁ ସନ୍ଧ୍ୟା ସମୟରେ ପାଣି ଦଣ୍ଡ ଓ ଅଗ୍ନି ଦଣ୍ଡ କୁ ଭକ୍ତ ମାନେ ମନଭରି ଉପଭୋଗ କରିଥିଲେ l ତେବେ ମଧ୍ୟ ରାତି ରେ ଉକ୍ତ ପାଞ୍ଚ ଗୋଟି ଦଣ୍ଡ ର ପାଞ୍ଚ ଗୋଟି ଅପେରା ମଞ୍ଚସ୍ଥ ହେବା ସହ ଆଧୁନିକ ନୃତ୍ୟ ସଂଗୀତ ଓ ରେକର୍ଡ ଡ୍ୟାନସ ରେ ଦର୍ଶକ ମାନେ ଝୁମିଥିଲେ l ପଂଚୁ ଦଣ୍ଡ କାର୍ଯ୍ୟକ୍ରମ ରେ ସ୍ଥାନୀୟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ଓ ଯୋଗ ଦେଇଥିବା ବେଳେ ଜିଲ୍ଲା ଯୁବ ବିଜେଡି ସମ୍ପାଦକ ଅରୁଣ କୁମାର ଖୁଣ୍ଟିଆ ଓ ପୂର୍ବତନ ସରପଂଚ ହରପ୍ରିୟା ଖୁଣ୍ଟିଆ ସମେତ ଗ୍ରାମର ବହୁ ଯୁବକ ମାନେ ଅଂଶ ଗ୍ରହଣ କରି ପରିଚାଳନା ଓ ଶୃଙ୍ଖଳା ଦାୟିତ୍ୱ ତୁଲାଇଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.