ବରାହମାଲରେ ଶ୍ରୀରାମ ମଣ୍ଡପ ରତ୍ନମୁଦ ଉତ୍ସବ ଓ ଷୋହଳ ପ୍ରହର ନାମଯଜ୍ଞ 

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଭଦ୍ରା ପଞ୍ଚାୟତ ସ୍ଥିତ ବରାହମାଲ ଗ୍ରାମରେ ଶ୍ରୀରାମ ମଣ୍ଡପଙ୍କ ରତ୍ନମୁଦ ଓ ଶ୍ରୀରାମ ନବମୀର ୧୪ ବର୍ଷ ପୂର୍ତ୍ତ ଉପଲକ୍ଷେ ଷୋହଳ ପ୍ରହର ନାମ ଯଜ୍ଞ ମହାସମାରୋହରେ ଉଦଯାପିତ ହୋଇଯାଇଛି l ଏହାର ପ୍ରଥମ ଦିନ ଗୁରୁବାର ଶ୍ରୀ ରାମ ମଣ୍ଡପ ଠାରେ ରତ୍ନମୁଦ ଦିଆଯାଇଥିଲା ପରେ ସନ୍ଧ୍ୟାରେ କଳସ ଶୋଭାଯାତ୍ରା ହୋଇଥିଲା l ପଣ୍ଡିତ ଗୋପାଳ ଚନ୍ଦ୍ର ପୂଜାରୀଙ୍କ ତତ୍ତ୍ୱବଧାନରେ ପୂଜାର୍ଚ୍ଚନା ଚାଲିଥିବା ବେଳେ ନାମ ଯଜ୍ଞ କର୍ତ୍ତା ଭାବରେ କଳାମଣି ବଗର୍ତି ଓ ତାଙ୍କ ଧର୍ମପତ୍ନୀ ଅମରା ବଗର୍ତି ପୂଜା ଦାୟିତ୍ୱ ତୁଲାଇଥିଲେ l ଏହି ନାମ ଯଜ୍ଞ ଅବସରରେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ସଇଁତଲା ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ, ସରପଞ୍ଚ ରାଜେନ୍ଦ୍ର ଯାନୀ ପ୍ରମୁଖ ଉପସ୍ଥିତ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ଦର୍ଶନ କରିଥିଲେ l ଏଥିରେ ପଣ୍ଡିତ ସୁରେନ୍ଦ୍ର ପାଣିଗ୍ରାହୀ, ପ୍ରଭାତ ହୋତା, ସୁବାସ ବଗର୍ତି, ଶିଶୁଦେବ ବଗର୍ତି, ବୂଟା ସିଂ ବଗର୍ତି, ନୂଆଧର ଥାପ, ଘନଶ୍ୟାମ ବଗର୍ତି, ଲଷ୍ମୀଧର ବଗର୍ତି, ଦର୍ଶନ ବଗର୍ତି, ସନ୍ତୋଷ ବଗର୍ତି, ସରୋଜ ବଗର୍ତି, ମିଶ୍ର ବଗର୍ତି, ନିର୍ମଳ ବଗର୍ତି, ସୁବିନ ଚନ୍ଦନ, ଚୈତନ୍ୟ ବାଗ, ପ୍ରଦ୍ୟୁମ୍ନ ବଗର୍ତି, ଲଳିତ ବଗର୍ତି, ବିନୋଦ ବଗର୍ତି, ଧନୁ ବଗର୍ତି, କନକ ବଗର୍ତି, ଜିତେନ୍ଦ୍ରୀୟ ବଗର୍ତି, ଯୁଧିଷ୍ଠିର ବଗର୍ତି, ମଙ୍ଗଳ ସାଏ, ସହଦେଵ ବଗର୍ତି, ତରଣୀସେନ ବଗର୍ତି ଓ ହୃଷିକେଶ ବଗର୍ତିଙ୍କ ସମେତ ଗ୍ରାମବାସୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.