ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ କକାଙ୍କୁ ଗିରଫ କଲା ସିବିଆଇ

ଓଡ଼ିଆ ବାର୍ତ୍ତା/ ହାଇଦ୍ରାବାଦ: ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍‌ ଜଗନ ମୋହନ ରେଡ୍ଡୀଙ୍କ ଦାଦା ୱାଇଏସ୍ ଭାସ୍କର ରେଡ୍ଡୀଙ୍କୁ ଗିରଫ କଲା ସିବିଆଇ। ଭାସ୍କର ରେଡ୍ଡୀ ୱାଇଏସ୍‌ଆର୍‌ସିପି ସାଂସଦ ୱାଇଏସ୍‌ ଅବିନାଶ ରେଡ୍ଡୀଙ୍କ ବାପା ମଧ୍ୟ। ପୂର୍ବତନ ସାଂସଦ ବିବେକାନନ୍ଦ ରେଡ୍ଡୀଙ୍କ ହତ୍ୟା ଘଟଣାରେ ଭାସ୍କରକୁ ଗିରଫ କରିଛି ସିବିଆଇ। ଏହି ମାମଲାରେ କଡପାରେ ଥିବା ତାଙ୍କ ବାସଭବନରୁ ଭାସ୍କରଙ୍କୁ ଉଠାଇ ନେଇଛି ସିବିଆଇ। ତାଙ୍କ ବିରୁଦ୍ଧରେ ଭାରତୀୟ ପିଙ୍ଗଳକୋର୍ଟର ଧାରା ୧୨୦ବି(ଷଡ଼ଯନ୍ତ୍ର), ୨୦୩(ହତ୍ୟା), ୨୦୧(ବିରୋଧରେ ଥିବା ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରିବା) ଲାଗିଛି। ସିବିଆଇ ତାଙ୍କୁ ଗିରଫ କରି ମାମଲାର ଅଧିକ ତଦନ୍ତ ଜାରି ରଖିଛି। ସୂଚନା ଅନୁସାରେ ପୂର୍ବତନ ସାଂସଦ ବିବେକାନନ୍ଦ ରେଡ୍ଡୀ ହେଉଛନ୍ତି ଆନ୍ଧ୍ରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ  ୱାଇଏସ୍‌ ରାଜଶେଖର ରେଡ୍ଡୀଙ୍କ ଭାଇ ଓ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଥିବା ଜଗନ ମୋହନ ରେଡ୍ଡୀଙ୍କ କକା। ବିଧାନସଭା ନିର୍ବାଚନ ପୂର୍ବରୁ ୨୦୧୯ ମାର୍ଚ୍ଚ ୧୫ ତାରିଖରେ ବିବେକାନନ୍ଦଙ୍କର ପୁଲିବେନ୍ଦୁଲା ସ୍ଥିତ ତାଙ୍କ ବାସଭବନରେ ତାଙ୍କର ହତ୍ୟା କରାଯାଇଥିଲା। ସିବିଆଇ ଚାର୍ଜଶିଟ୍‌ ଅନୁସାରେ, ବିବେକାନନ୍ଦ ନିଜ ପାଇଁ କିମ୍ବା ୱାଇଏଶ୍ ଶର୍ମିଲା(ଜଗନ ମୋହନ ରେଡ୍ଡୀଙ୍କ ଭଉଣୀ) ନହେଲେ ୱାଇଏସ୍ ବିଜୟାମ୍ମା (ଜଗନମୋହନଙ୍କ ମାଆ)ଙ୍କ ପାଇଁ କଡ଼ପ୍ପା ଆସନରୁ ଟିକେଟ୍ ମାଗୁଥିଲେ। ଏଥିପାଇଁ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ କଡ଼ପ୍ପା ଆସନରୁ ଭାସ୍କର ରେଡ୍ଡୀଙ୍କ ପୁଅ ଅବିନାଶ ରେଡ୍ଡୀ ସାଂସଦ ଅଛନ୍ତି। ପୂର୍ବରୁ ଏହି ମାମଲାରେ ରାଜ୍ୟ ସରକାରଙ୍କର ସ୍ୱତନ୍ତ୍ର ପୁଲିସ ଟିମ୍ ତଦନ୍ତ କରୁଥିଲା। ହେଲେ ୨୦୨୦ରେ ଏହାକୁ ସିବିଆଇକୁ ଦିଆଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.