ଭକ୍ତିରଶରେ ପ୍ଲାବିତ ହେଉଛି ରୁପ୍ରାରୋଡ ଦେବସର ଧାମ

ଛପନ ପ୍ରହର ନାମ ଯଜ୍ଞର ଆଜି ଦ୍ୱିତୀୟ ଦିବସ, ବିଧି ମୁତାବକ ଚାଲିଛି ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁମିତ କୁମାର ଅଗ୍ରୱାଲ): ଆଜି ୧୮ ଅପ୍ରେଲ ମଙ୍ଗଳବାର ରୁପ୍ରାରୋଡ ଦେବସର ଧାମ ଦୁର୍ଗା ମନ୍ଦିର ପ୍ରତିଷ୍ଠା ପାଇଁ ଚାଲିଥିବା ଛପନ ପ୍ରହର ନାମଯଜ୍ଞର ଦ୍ବିତୀୟ ଦିବସ । ସୋମବାର ରାତିରେ ଛପନ ପ୍ରହର ନାମ ଯଜ୍ଞ ଦେଖିବା ପାଇଁ ପ୍ରବଳ ଜନସମାଗମ ହୋଇଥିଲା । ଏଥିରେ ହଜାର ହଜାର ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁ ସମବେତ ହୋଇ ହରି ନାମାମୃତ ପାନ କରିବାସହ ଅନ୍ନ ପ୍ରସାଦ ଗ୍ରହଣ କରିଥିଲେ । ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି । ଶ୍ରଦ୍ଧାଳୁମାନେ ଦେବସର ଧାମ ଦୁର୍ଗା ମନ୍ଦିର ବୁଲି ଦେଖିବା ସହ ନାମ ଯଜ୍ଞ ଶ୍ରବଣ କରୁଛନ୍ତି । ମିନାବଜାରରେ ଶିଶୁ, ମହିଳା ଓ ଯୁବକ ଯୁବତୀମାନଙ୍କ ଭିଡ଼ ଧିରେ ଧିରେ ବଢିବାରେ ଲାଗିଛି । ଆଜି ନାମ ଯଜ୍ଞର ଦ୍ବିତୀୟ ଦିବସରେ ମଧ୍ୟ ଭକ୍ତ ଓ ଶ୍ରଦ୍ଧାଳୁମାନେ ଶୃଙ୍ଖଳିତ ଦର୍ଶନ କରିବେ ବୋଲି ଆଶା କରାଯାଉଛି । ଏପଟେ ନବ ନିର୍ମିତ ଦୁର୍ଗା ମନ୍ଦିର ପ୍ରତିଷ୍ଠା ପାଇଁ ବେଦଜ୍ଞ ପଣ୍ଡିତମାନଙ୍କ ଦ୍ବାରା ଚାଲିଛି ପୂଜାପାଠ । ଯଜ୍ଞ କର୍ତ୍ତା ଭାବେ ଦେବସର ଧାମ ଟ୍ରଷ୍ଟ ବୋର୍ଡ ଅଧ୍ୟକ୍ଷ ମୁଲଚାନ୍ଦ ଅଗ୍ରୱାଲଙ୍କ ଜ୍ୟୋଷ୍ଠ ପୁତ୍ର ସୁବାସ ଅଗ୍ରୱାଲ ଓ ପୁତ୍ରବଧୂ ପୁଷ୍ପାଦେବୀ ଦାଇତ୍ୱ ନିର୍ବାହନ କରୁଛନ୍ତି । ଅପ୍ରେଲ ୧୬ରୁ କଳସ ଯାତ୍ରା ସହ ଆରମ୍ଭ ହୋଇଥିବା ଏହି ପ୍ରତିଷ୍ଠା ମହୋତ୍ସବ ୨୪ ତାରିଖରେ ପୂର୍ଣ୍ଣାହୁତି ସହ ସମାପନ ହେବ ବୋଲି ସୂଚନା ରହିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.