ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ଆମ୍ବ ତୋଳାକୁ କେନ୍ଦ୍ର କରି ଖଲ୍ଲିକୋଟ ଥାନା ଅନ୍ତର୍ଗତ କୈରାଶି ଗ୍ରାମର ଦୁଇ ଗୋଟି ପରିବାର ମଧ୍ୟରେ ଗଣ୍ଡଗୋଳ ଘଟିଛି । ଏଥିରେ ୩ ମହିଳାଙ୍କ ସମେତ ୫ ଜଣ ଗୁରୁତର ହୋଇ ବ୍ରହ୍ମପୁର ସ୍ଥତ ଏମକେସିଜି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାଇ କୈରାଶି ଗ୍ରାମରେ ଥିବା ଏକ ଆମ୍ବ ତୋଟାରୁ କିଛି ଆମ୍ବ କୌଣସି ଦୁର୍ବୁତ୍ତ ତୋଳି ନେଇଥିଲା । ତେବେ ଏହି ଆମ୍ବ ତୋଳା ଘଟଣାକୁ ଗ୍ରାମର ଦୁଇ ଗୋଟି ପରିବାର ମଧ୍ୟରେ ମାଡ଼ ପିଟ ପରେ ଫାର୍ସା, କାତି ଓ ଛୁରୀରେ ଉଭୟ ପରିବାର ମଧ୍ୟରେ ଆକ୍ରମଣ ଓ ପ୍ରତି ଆକ୍ରମଣ ଘଟିବା ଫଳରେ ପବିତ୍ର ବିଶ୍ୱାଳ (୫୫), ଲକ୍ଷ୍ମୀ ସସମାଲ, ରଶ୍ମିତା ବିଶ୍ୱାଳ ଆହତ ହୋଇଥିବା ବେଳେ ଅନ୍ୟ ଗୋଟିଏ ପରିବାରର ମା ପ୍ରତିମା ଦାସ ଓ ଟ୍ୱିଟୁ ଦାସ ମଧ୍ୟ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଆହତ ପବିତ୍ରଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବା ବେଳେ ପ୍ରତିମାଙ୍କ ପିଠିରେ ଛୁରୀ ମାଡ ହେବା ସହ ଅନ୍ୟମାନଙ୍କ କାତି ମାଡରେ ପ୍ରଚୁର ରକ୍ତସ୍ରାବ କାରଣରୁ ଗୁରୁତର ଅବସ୍ଥାରେ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଏମକେସିଜି କୁ ସ୍ଥାନାନ୍ତର ହୋଇଥିବା ଜଣାପଡିଛି l ଏ ନେଇ ପୋଲିସ ଏତଲା ପାଇବା ପରେ ଥାନା କେଶ ୨୬୪ ଓ ୨୬୫ /୨୩ ରେ ପୋଲିସ ତଦନ୍ତ ଚଳାଇଥିବା ଜଣାପଡିଛି l