କାଳବୈଶାଖୀର ତାଣ୍ଡବ: ଗଳି ପଡ଼ିଲା ପ୍ରହରୀ ମଣ୍ଡପର ଗେଟ୍, ଜାତୀୟ ରାଜପଥ ଅବରୋଧ, ଯାତାୟତ ଠପ୍

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଶନିବାର ସନ୍ଧ୍ୟାରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ସହ ପବନ ବୋହିଛି। ଯାହାଫଳରେ କୋକସରା ସଦର ମହକୁମା ପଞ୍ଚାୟତର ଚିଲିଗୁଡାଠାରେ ଚାଲିଥିବା ପ୍ରହରୀ ମଣ୍ଡପର ବ୍ୟାପକ କ୍ଷତି ହୋଇଛି । ନାମଯଜ୍ଞ ପାଇଁ ଲଗାଯାଇଥିବା ଗେଟ୍ କୁ ବର୍ଷା ଓପାଡି ଦେଇଛି । ୨୬ ନମ୍ବର ଜାତୀୟ ରାଜପଥ ଉପରେ ଏହି ଗେଟ୍ କରା ଯାଇଥିବାବେଳେ ବର୍ଷା ଯୋଗୁଁ ଗେଟ୍ ଟି ରାସ୍ତା ଉପରେ ଗଳି ପଡ଼ିଛି । ତେଣୁ ଏକ ପ୍ରକାର ରାସ୍ତା ଅବରୋଧ ହୋଇଯାଇଛି । ରାସ୍ତା ଜାମ ହେବା ଯୋଗୁଁ ପ୍ରାୟ ଅଢେ଼ଇ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ହେବ କଳାହାଣ୍ଡି – ନବରଙ୍ଗପୁର ଯାତାୟତ ଠପ୍ ହୋଇଛି । ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଗାଡ଼ି ମୋଟର ଅଟକି ରହିଥିବା ଦେଖିବାକୁ ମିଳୁଛି । ହେଲେ ଖବର ଲୋଖା ହେବା ପର୍ଯ୍ୟନ୍ତ ପୋଲିସ କିମ୍ବା ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ନାହାନ୍ତି । ଫଳରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.