ଅକ୍ଷୟ ତୃତୀୟା ଅବସରରେ ରିଷିଡା ପୋଲିସ ଫାଣ୍ଡି ପକ୍ଷରୁ ବୃକ୍ଷରୋପଣ କର୍ଯ୍ୟକ୍ରମ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): ଅକ୍ଷୟ ତୃତୀୟାର ଶୁଭ ଅବସରରେ ବୃକ୍ଷରୋପଣ କରି ସମାଜକୁ ଏକ ନିଆରା ବାର୍ତ୍ତା ଦେଇଛି ରିଷିଡା ପୋଲିସ ଫାଣ୍ଡି l ରବିବାର ଫାଣ୍ଡି ଅଧିକାରୀ କ୍ଷୀରସିନ୍ଧୁ ମାଝୀଙ୍କ ନେତୃତ୍ୱରେ ଏନେଇ ଆୟୋଜିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଅତିଥି ଭାବେ କର୍ଲାମୁଣ୍ଡା ପ୍ରେସ କ୍ଲବ ସଭାପତି ନରୋତ୍ତମ ସେଲମା ଓ ସମାଜସେବୀ ଗୋବର୍ଦ୍ଧନ କୁମାର ଯୋଗଦେଇଥିଲେ l କନେଷ୍ଟବଳ ରାମଲାଲ ମଲ୍ଲୀକ, ନାରାୟଣ ମାଝୀ, କୈଳାଶ ପୁଟେଲ, ଭଗବାନ ସୁନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l ଏଥିରେ ପ୍ରାୟ ଶତାଧିକ ମୂଲ୍ୟବାନ ବୃକ୍ଷ ଲଗାଯାଇଥିଲl l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.