ସରସ୍ବତୀ ଶିଶୁ ମନ୍ଦିର ମୁଖୀଗୁଡାର ଶତ ପ୍ରତିଶତ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ଚଳିତ ବର୍ଷର ଦଶମ ଶ୍ରେଣୀ ପରିକ୍ଷା ଫଳ ପ୍ରକାଶିତ ହୋଇଛି । ଏଥିରେ ସରସ୍ୱତୀ ଶିଶୁ / ବିଦ୍ୟା ମନ୍ଦିର ମୁଖୀଗୁଡାର ଛାତ୍ରଛାତ୍ରୀ ମାନଙ୍କ ଅଭୂତପୂର୍ବ ସଫଳତା ଅଞ୍ଚଳରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି । ପ୍ରକାଶ ଥାଉ କି ଉକ୍ତ ଅନୁଷ୍ଠାନର ୭୦ ଜଣ ଛାତ୍ରଛାତ୍ରୀ ଚଳିତବର୍ଷ ମାଟ୍ରିକ ପରୀକ୍ଷା ଦେଇଥିଲେ । ସେଥି ମଧ୍ୟରୁ ମଧ୍ୟରୁ ଏ ୱାନ୍ ରେ ୨୩ ଜଣ ଏ ଟୁ ରେ ୩୨ଜଣ, ବି ୱାନ ରେ ୧୩ ଜଣ ଓ ବି ଟୁ ରେ ୨ ଜଣ ସର୍ବମୋଟ ୭୦ ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉନ୍ନୀତ ହୋଇ ଅନୁଷ୍ଠାନ ପାଇଁ ଗର୍ବ ଓ ଗୌରବ ଆଣି ଦେଇଛନ୍ତି । ୫୬୮ ମାର୍କ ରଖି ବିଶିକେଶନ ମାଝୀ ପ୍ରଥମ ସ୍ଥାନ ରଖିଛନ୍ତି ।ଅନୁଷ୍ଠାନର ସଭାପତି ତଥା ଆଞ୍ଚଳିକ ବସ୍ତ୍ରରେଣି ମହାବିଦ୍ୟାଳୟର ଇଂରାଜୀ ବିଭାଗର ଅଧ୍ୟାପକ ଶିଶିର କୁମାର ସାହୁ ଏ ସଫଳତାର ଶ୍ରେୟ ପରମେଶ୍ବରଙ୍କ ଅସୀମ କୃପା ସହ ଅନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀ, ଗୁରୁଜୀ ଗୁରୁମା, ସେବକ ସେବିକା, ଅଭିଭାବିକା ଅଭିଭାବିକା, ପରିଚାଳନା ସମିତିର ସମ୍ପାଦକ ସମେତ ସମସ୍ତ ସଦସ୍ୟ ସଦସ୍ୟା ତଥା ଅନୁଷ୍ଠାନର ସମସ୍ତ ହିତକାଂକ୍ଷୀଙ୍କୁ ଦେଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.