ଗୁର୍ଜିମୁଣ୍ଡା ଯୋଗମାୟା ପୀଠ ପ୍ରତି ଦୃଷ୍ଟି ଦେବେକି ୫ଟି ସଚିବ?

ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): ଓଡିଶା ସରକାରଙ୍କ ୫ଟି ସଚିବ ଭିକେ ପାଣ୍ଡିଆନ କଳାହାଣ୍ଡି ଗସ୍ତରେ ଆସୁଛନ୍ତି । ସେ ୧୯ ଓ ୨୦ ତାରିଖ ଦୁଇ ଦିନ ଧରି କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନକୁ ଗ୍ରସ୍ତ କରିବା ସହ ଜିଲ୍ଲାର ବିକାଶ କାର୍ଯ୍ୟର ତଦାରଖ କରିବେ । ଏହି ଗସ୍ତ ସମୟରେ ସେ ଅନେକ ମନ୍ଦିରକୁ ଯିବାର କାର୍ଯ୍ୟକ୍ରମ ଥିବାବେଳେ ତାଙ୍କ ଗ୍ରସ୍ତ ସୂଚୀରେ ସ୍ଥାନ ପାଇ ନାହିଁ କେସିଙ୍ଗା ବ୍ଲକ ଗୁର୍ଜିମୁଣ୍ଡା ସ୍ଥିତ ପ୍ରସିଦ୍ଧ ମା ଯୋଗମାୟାଙ୍କ ପୀଠ । ଉତ୍କେଲ ସ୍ଥିତ ଉଡାଜାହାଜ ପଡ଼ିଆରୁ  ୮ କିମି ଦୂରରେ ବିରିପୁରା ପାହାଡ଼ ପାଦଦେଶରେ ଏକ ସୁନ୍ଦର ପରିବେଶ ମଧ୍ୟରେ ରହିଛି ଏହି ପୀଠ । ଏହା ଏକ ଶକ୍ତି ପୀଠ ଭାବରେ ନିଜର ସ୍ବତନ୍ତ୍ରତା ପ୍ରତିପାଦନ କରିଥାଏ । ପ୍ରତ୍ୟେକ ଦିନ ମାଙ୍କ ଆଶ୍ରିବାଦ ଭିକ୍ଷା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଭକ୍ତ ଆସିଥାନ୍ତି । ଏଠାକୁ ବିଦେଶୀ ପର୍ଯ୍ୟଟକ ମଧ୍ୟ ଆସୁଥିବା ମନ୍ଦିର ଫୋଟୋ ଗେଲେରିରୁ ଜଣାପଡେ । ୧୯୯୬ ମସିହାରୁ ଏହି ପୀଠରେ ମହାଦେବଙ୍କ ଲିଙ୍ଗ ଉତ୍ପତ୍ତି ହୋଇଥିବା ମନ୍ଦିର ପରିଚାଳନା କମିଟି ର ସଦସ୍ୟ ପ୍ରକାଶ କରନ୍ତି । ସରକାରଙ୍କ ଦୃଷ୍ଟି ପଡ଼ିଲେ ହିଁ ଏହି ପୀଠ ଜିଲ୍ଲା ତଥା ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଭାବରେ ପରିଗଣିତ ହୋଇ ପାରିବ । ତେବେ ବହୁ ଦିନରୁ ପ୍ରଶାସନ ପାଖରେ ଏହାର ବିକାଶ ପାଇଁ ଦାବୀ ହୋଇ ଆସୁଥିଲେ ମଧ୍ୟ ଏ ଯାଏ ବିକାଶ ହୋଇ ପାରି ନାହିଁ ।ତେବେ ଟ୍ରଷ୍ଟ ପକ୍ଷରୁ ୫ଟି ସଚିବଙ୍କ ଦୃଷ୍ଟି ଆକର୍ଷଣ ପରେ ପ୍ରଶାସନିକ ସ୍ତରରେ କିଛି ହଲ ଚଳ ସୃଷ୍ଟି ହୋଇ ଥିଲେ ମଧ୍ୟ କୌଣସି ନିଷ୍ପତି ହୋଇ ନାହିଁ । ଏହାକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବାକୁ ଆଶା କରାଯାଉ ଥିଲା । ତେବେ ୫ଟି ସଚିବଙ୍କ ଗ୍ରସ୍ତ ସୂଚୀରେ ସ୍ଥାନ ପାଇ ନାହିଁ ଏହି ପୀଠ । ତେବେ ମନ୍ଦିର ଟ୍ରଷ୍ଟ ଏବେବି ଆଶାବାଦୀ ଅଛନ୍ତି ଏହାର ବିକାଶ ପାଇଁ ନିଶ୍ଚୟ କିଛି ପଦକ୍ଷେପ ନେବେ ୫ଟି ସଚିବ । 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.